
ଧରାକୋଟ,୦୮.୦୨: ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ମିନିଷ୍ଟାଡିୟମ ରେ ଚାଲିଥିବା ଚିତ୍ତରଞ୍ଜନ ମେମୋରିୟଲ ଟ୍ରଫି ର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ରେ ଫ୍ରେଣ୍ଡସ୍ କ୍ରିକେଟ କ୍ଳବ୍ ନୂଆଁଗଡ ଏବଂ ଡେଲିସିୟଶ୍ କ୍ରିକେଟ କ୍ଳବ୍, ଚେରମାରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନୂଆଁଗଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇ ୨୦ ଓଭର୍ ବିନିମୟରେ ୬ ଗୋଟି ଉଇକୋଟ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା। ଜବାବ୍ ରେ ଡେଲିସିୟଶ୍ କ୍ରିକେଟ କ୍ଳବ୍ ଚେରମାରିଆ ୧୪ ଓଭର୍ ଖେଳି ୨ ଉଇକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରି ସେମିଫାଇନାଲ କୁ ଜିତି ନେଇ ଫାଇନାଲ ରେ ପ୍ରବେଶ କରିଛି।ବିଜୟି ଦଳର ସୁବ୍ରତ ମୂଲ୍ୟ ବାନ ୬୭ ରନ୍ ସଂଗ୍ରହ କରି ଥିବା ହେତୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଆସନ୍ତା ରବିବାର ଦିନ ଫାଇନାଲ ମ୍ୟାଚ ପାନାସୋନିକ କ୍ରିକେଟ କ୍ଳବ୍ ଆସିକା ଏବଂ ଡେଲିସିୟଶ୍ କ୍ରିକେଟ କ୍ଳବ୍ ଚେରମାରିଆ ମଧ୍ୟରେ ମୁକାବିଲା ହେବ।ଏହି ମ୍ୟାଚ ରେ ଶିକ୍ଷାବିତ୍ ରାଧାମୋହନ ଜେନା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଯୁବ ଠିକାଦାର ନବଘନ ଭଂଜ,ସମାଜ ସେବୀ ରଜନୀ କାନ୍ତ ଜେନା,ଧରଣୀ ଧର ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ମ୍ୟାଚ ରେ ଖେଳ ର ଧାରା ବିବରଣୀ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ଡାକୁଆ ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ଅଶ୍ବିନୀ ବିଷୋୟୀ, ମନୋଜ ସତପଥି ପରିଚାଳନା କରିଥିବାବେଳେ ୟଂଙ୍ଗ କ୍ରିକେଟ କ୍ଳବ୍ ର ବାପୁନି ସ୍ବାଇଁ, ଦିଲିପ୍ ପ୍ରଧାନ ଙ୍କ ସମେତ ସମସ୍ତ ସଦସ୍ୟ ସହ ଯୋଗ ପ୍ରଦାନ କରିଥିଲେ।



