Monday, October 12, 2026
Home ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଦଶମ ବାର୍ଷିକ ଉତ୍ସବ ପାଳନ ।

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଦଶମ ବାର୍ଷିକ ଉତ୍ସବ ପାଳନ ।

37

ସାନଖେମୁଣ୍ଡି (ଜିଲ୍ଲା ଖବର ) : ଖଲିଙ୍ଗି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚଳିତ ଶିକ୍ଷା ବର୍ଷ ର ବାର୍ଷିକ ଉତ୍ସବ ଆଜି ଆନୁଷ୍ଟିତ ହୋଇଯାଇଛି ।
ଅଧ୍ୟାୟନ ରତ କୋମଳମତି ଶିକ୍ଷାଥି ଙ୍କ ଅନ୍ତନିହିତ ଗୁଣବଳୀର ବିକାଶ କରିବା , ଆନନ୍ଦମୟ କୌଶିକ ବାର୍ତା ବାରଣ ସୃଷ୍ଟି କରି ଶିକ୍ଷାର୍ଥୀ ଶିକ୍ଷକ ଙ୍କ ସହ ବିଭାଗ ଓ ଅଂଚଳ ଗୋଷ୍ଟି ମଧ୍ୟରେ ସମନ୍ୱୟ ରଖିବା ଉର୍ଦ୍ଧେଶ୍ୟ ନେଇ ଅନୁଷ୍ଠିତ ଏହି ଦଶମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ଶୁଦ୍ଧି ମନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ ହୋଇଅଛି । ନିମନ୍ତ୍ରିତ ଅତିଥି ବୃନ୍ଦ ,ଶିକ୍ଷାର୍ଥୀ ଙ୍କ ଗ୍ରହଣରେ ଖଲିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଶିକ୍ଷକ ସାମାଜର ସମାରୋହରେ କମିଟି ସଭାପତି ଶ୍ରୀ ପୁର୍ଣ ଚନ୍ଦ୍ର ସେଠି ପୌରହିତ କରିଥିବା ବେଳେ ମହୁରୀ କାଳୁଆ କନିଷ୍ଟ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ସୂର୍ଯ୍ୟନାରାୟଣ ଦାସ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ ବରଣ୍ୟ ଅତିଥି ଆଧ୍ୟାତ୍ମକବିତ ଶ୍ରୀ ଶ୍ରୀଧର ଦାସ ,ସମ୍ମାନୀୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ସ୍ବାଇଁ , ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଗୋଲାପୀ ସେଠି , ଅରବିନ୍ଦ ନାୟକ , ପୂର୍ବତନ ସରପଞ୍ଚ ଭଗବାନ ରାଉତ , ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ ,ଚିନ୍ତାମଣି ସେଠି ଖଲିଙ୍ଗି ସିଆରସି,ଜଗବନ୍ଧୁ ଭୂୟାଁ, ହଂସରାଲୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୋରା ପ୍ରସାଦ ମହାରଣା , ପ୍ରମୁଖ ମଞ୍ଚସୀନ ହୋଇ ଯଥା ବିଧି ସଭାରେ ଅଂଶ ଗ୍ରହଣ କରି ଉପସ୍ଥିତି ଶିକ୍ଷାର୍ଥୀ ଓ ଗ୍ରାମକମିଟି ଓ ଅଭିବାବକ ଙ୍କୁ ସମ୍ବୋଧିତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସମସ୍ତ ସଂମାନନୀୟ ଅତିଥି ବୃନ୍ଦ ଙ୍କୁ ପୁଷ୍ପ ପୁଲ୍ୟ ସହ ଉପଢଉକନ ପ୍ରଦାନ କରାଯାଇ ସଂମାନିତ କରାଯିବା ସହିତ ଶିକ୍ଷାର୍ଥୀ ମଣ୍ଡଳୀ ତରଫରୁ ପୁର୍ଣଶିବନ ଭିକ୍ଷା କରାଯାଇଥିଲା ।ଅଂଚଳରେ ଶିକ୍ଷାର ବିକାଶ ପାଇଁ ତତ୍କାଳୀନ ସମୟରେ 1978 ମସିହା ରେ ସ୍ଥାପିତ ଏହି ଅନୁଷ୍ଠାନ ସଂପ୍ରତି ଖଲିଙ୍ଗି ଅଂଚଳର ଶିକ୍ଷାର ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ବିସ୍ମୟ ଉପସ୍ଥିତି ଅତିଥି ଙ୍କ ବକ୍ତବ୍ୟ ରୁ ପରିପ୍ରକାଶ ହୋଇଥିଲା । ଅନୁଷ୍ଠିତ ଏହି ବାର୍ଷିକ ଉତ୍ସଵ ରେ ପୁର୍ଣ ଆୟୋଜିତ କ୍ରୀଡା ପ୍ରତିଯୋଗିତା ଙ୍କୁ ମାନ ପତ୍ର ଓ ସିଲ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ସୁବ୍ରତ ମଲ୍ଲିକ ଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ମିଳିତ ସଂଯୋଜନା କରିଥିବା ବେଳେ ଗ୍ରାମ୍ୟ କମିଟି ଏବଂ ଜନସାଧାରଣ ସହଯୋଗ କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ ।