
ଧରାକୋଟ,୦୬.୦୨ : ଧରାକୋଟ ବ୍ଲକ ର ଜଗମୋହନ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ରେ ସରପଞ୍ଚ ଲିନା କୁମାରୀ ମହାରଣା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ବିଡ଼ିଓ ଡେନିସ ବେହେରା , ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ସୁଶିଲ ପଟନାୟକ , ମହନ୍ତ କୃପାସିନ୍ଧୁ ଦାସ ମହାରାଜ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ଵାଇଁ,କନିଷ୍ଠ ଯନ୍ତ୍ରୀ ଡି, କନ୍ୟା କୁମାରୀ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କିଶୋରଚନ୍ଦ୍ର ସାହୁ , ନାଏବ ସରପଞ୍ଚ ସନ୍ତୋଷ ବରାଡ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ବି ଜେ ଡି ବ୍ଲକ ସଭାପତି ସଞ୍ଜୟ ପାତ୍ର କାର୍ୟ୍ୟକ୍ରମ ର ସଂଯୋଜନା କରିଥିଲେ ଏବଂ ନିର୍ବାହୀ ଅଧିକାରୀ ଅଶୋକ କୁମାର ସେଠୀ ଏହାର ପରିଚାଳନା କରିଥିଲେ।। ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ବିକାଶ ପାଇଁ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ମଞ୍ଚାସିନ ଅତିଥି ମାନେ ସଚେତନ କରାଇଥିଲେ । ଯୁବ ନେତା ପ୍ରମୋଦ ମହାରଣା, ଜି ଆର ଏସ ସେବିତା ରଇତ ଓ ଯେ ଏସ ଚିତ୍ରସେନ ଗୌଡ଼ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।



