
ଧରାକୋଟ –୦୫.୦୨ : ଧରାକୋଟ ବ୍ଲକ ର ବରାଡାବାଲି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ରେ ସରପଞ୍ଚ ଅହଲ୍ୟା ସ୍ୱାଇଁ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଧରାକୋଟ ବିଡ଼ିଓ ଡେନିସ ବେହେରା , ସମ୍ମାନିତ ଅତିଥି ଭାବେ ତହସିଲଦାର ଲମ୍ବୋଦର ମାରାଣ୍ଡି, ସହକାରୀ ଯନ୍ତ୍ରୀ ପ୍ରମୋଦ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ଡି, କନ୍ୟା କୁମାରୀ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କିଶୋର ସାହୁ, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ରୋଜାଲିନ ପ୍ରଧାନ,ନାଏବ ସରପଞ୍ଚ ଚିତ୍ର ସେନ ସାହୁ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଯୁବ ପ୍ରତିଭା ଜିତେନ୍ଦ୍ର ବେହେରା କାର୍ୟ୍ୟକ୍ରମ ର ସଂଯୋଜନା କରିଥିଲେ। ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ବିକାଶ ପାଇଁ ନିଆ ଯାଇଥିବା ପଦକ୍ଷେପ କୁ ମଞ୍ଚାସିନ ଅତିଥି ମାନେ ପ୍ରଶଂସା କରିବା ସହ ସରକାରଙ୍କ ବିକାଶ ରେ ସାମିଲ୍ ହେବା ସହ ସମସ୍ତ ସରକାରୀ ଯୋଜନା ର ଫାଇଦା ନେଇ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ୟ୍ୟକ୍ରମ କୁ ଅରବିନ୍ଦ ସ୍ବାଇଁ,ମୁନା ସ୍ବାଇଁ, ସନ୍ତୋଷ ପାଣିଗ୍ରାହୀ ,ମିଥୁନ ସ୍ୱାଇଁ , ଲକ୍ଷ୍ମଣ ସ୍ୱାଇଁ ଙ୍କ ସମେତ ଯୋଗାଣ ସହାୟକ ଧନୁର୍ଧର ପଣ୍ଡା ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏସ ହେଚ ଜି ଗ୍ରୁପ ଙ୍କ ସମେତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।



