Wednesday, October 14, 2026
Home ଆଞ୍ଚଳିକ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ପାଇଁ ପ୍ରତିଯୋଗିତା

ବିଶ୍ବ ଓଡିଆ ଭାଷା ସମ୍ମିଳନୀ ପାଇଁ ପ୍ରତିଯୋଗିତା

4

ଧରାକୋଟ ୫/୨ : ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ କୁଇଜ,ଚିତ୍ରାଙ୍କନ,ବିତର୍କ,ଲୋକ ନୃତ୍ୟ ଓ କବିତା ଲିଖନ ପ୍ରତିଯୋଗିତା ଓ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ୟ୍ୟ ନାରାୟଣ ସାହୁ,ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ପ୍ରଦୀପ କୁମାର ହୋତା ଉପସ୍ଥିତ ରହିଥିଲେ। ସି ଆର ସି ସି ଭାସ୍କର ବାଡତ୍ୟା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ ପ୍ରଦାନ କରିଥିଲେ। ୧୫୦ ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବେଳେ ସେଥିରୁ ୧୫ ଜଣ ପୁରସ୍କାର ପାଇଥିବା ବେଳେ ୧୨ ଜଣ ବ୍ରହ୍ମପୁର ଭି ଭି ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ହେବାକୁଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ ।