Wednesday, October 14, 2026
Home ଆଞ୍ଚଳିକ ପୂର୍ବତନ ସରପଞ୍ଚଙ୍କ ଦ୍ଵାଦଶାହରେ ପୁତ୍ରଙ୍କୁ ବେହେରା ଉପାଧି ପ୍ରଦାନ

ପୂର୍ବତନ ସରପଞ୍ଚଙ୍କ ଦ୍ଵାଦଶାହରେ ପୁତ୍ରଙ୍କୁ ବେହେରା ଉପାଧି ପ୍ରଦାନ

77

ଧରାକୋଟ ୨/୨ : ଧରାକୋଟ ବ୍ଲକର ମୁଣ୍ଡମରାଇ ଗ୍ରାମ ପଞ୍ଚାୟତ ର ପୂର୍ବତନ ଜନତା ଦଳର ସରପଞ୍ଚ ତଥା ଧରାକୋଟ ରାଜ ପରିବାରର ଦୃଢ଼ ସମର୍ଥକ ବାଉରି ବନ୍ଧୁ ବେହେରାଙ୍କ ଦ୍ୱାଦଶାହ ତିଥି ଅବସରରେ ଏକ ଶ୍ରୁତି ସଭା ମୁଣ୍ଡମରାଇ ସ୍ଥିତ ତାଙ୍କ ବାସଭବନ ରେ ପାଳନ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଅତିଥି ଭାବରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଶୁଭକାମନା ଚରିଟେବଲ ଟ୍ରଷ୍ଟ ର ଅଧ୍ୟକ୍ଷ ମନୋଜ କୁମାର ରଥ,ସରପଞ୍ଚ ଅଭିମନ୍ୟୁ ସେଠୀ,ସମିତି ସଭ୍ୟ ମାନିନୀ ପାତ୍ର ,ସମାଜସେବୀ ଶିବ ଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ଶ୍ରୁତି ଚାରଣ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ସମିତି ବେହେରା କାଶୀ ବିଶ୍ଵନାଥ ବେହେରା, ଟୁକୁନା ବେହେରା, ଖାଜି ପଲିର ମୁରଲୀ ବେହେରା,କେନ୍ଦ୍ର କମିଟି ସଦସ୍ୟ ଚିରଞ୍ଜିବୀ ସାହୁ,ସହଦେବ ସାହୁ,ସନ୍ତୋଷ ସାହୁ, ଭାସ୍କର ସାହୁ,ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଙ୍କ ଉପସ୍ଥିତିରେ ବଳଦିଆ ସମାଜ ର ବଡ ବେହେରା ବୃନ୍ଦାବନ ବେହେରା ସ୍ବର୍ଗତ ବାଉରୀ ବନ୍ଧୁ ବେହେରାଙ୍କ ମଧ୍ୟମ ପୁତ୍ର ସୁରେନ୍ଦ୍ର କୁମାର ବେହେରା ଙ୍କୁ ସିରିପା ପିନ୍ଧାଇ ମୁଣ୍ଡମରାଇ ସମିତି ର ବେହେରା ଉପାଧି ପ୍ରଦାନ କରିଥିଲେ। ପ୍ରକାଶ ଯୋଗ୍ୟ ସ୍ୱର୍ଗତ ବାଉରୀ ବନ୍ଧୁ ବେହେରା ଗଞ୍ଜାମ,ଗଜପତି ଜିଲ୍ଲାର ବଳଦିଆ ସମାଜ ର ବଡ଼ ବେହେରା ଭାବରେ ଦୀର୍ଘ ୪୫ ବର୍ଷ ଧରି ଦାୟିତ୍ୱ ତୁଲାଇ ଆସୁଥିଲେ। ଏହି ଅବସରରେ ସ୍ଥାନୀୟ ସମାଜର ସଭାପତି ମୁରଲୀ ଧର ସାହୁ,ସମ୍ପାଦକ ରାଜେନ୍ଦ୍ର ସାହୁ ଓ ବରିଷ୍ଠ ଉପଦେଷ୍ଟା ସୁରେନ୍ଦ୍ର ସାହୁ ଉପସ୍ଥିତ ରହିଥିଲେ। ଶ୍ରୁତି ସଭା କୁ ରାମଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମାଜର ସଂସ୍କାର କାର୍ୟ୍ୟ ସହ ମାଙ୍ଗଳିକ କାର୍ୟ୍ୟର ସୁଚାରୁ ପରିଚାଳନା ପାଇଁ ନୂତନ ବେହେରା ସୁରେନ୍ଦ୍ର କୁମାର ବେହେରା ସମସ୍ତଙ୍କ ସହଯୋଗ ଲୋଡିଥିଲେ।