Wednesday, October 14, 2026
Home ଆଞ୍ଚଳିକ ଢ଼ଉଗାଁ ପଂଚାୟତରେ ମୋ ଓଡିଶା,ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଢ଼ଉଗାଁ ପଂଚାୟତରେ ମୋ ଓଡିଶା,ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

10

ଧରାକୋଟ , ୨/୨ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଢ଼ଉଗାଁ ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା କ୍ଷ ସରପଞ୍ଚ ମନୁ ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବି ଡି ଓ ଡେନିସ ବେହେରା ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ସୁଶୀଲ ପଟନାୟକ,ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ବାଇଁ, ବି ଜେ ଡି ବ୍ଲକ ସଭାପତି ସଞ୍ଜୟ ପାତ୍ର,ଝାଡ଼ବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ, ଝରପାରି ସରପଞ୍ଚ ମାଧୁରୀ ସ୍ୱାଇଁ, ନାଏବ ସରପଞ୍ଚ ରେବତୀ ନାୟକ, ନାରୀ ନେତ୍ରୀ ଭାରତୀ ପାତ୍ର, ସରପଞ୍ଚ ପ୍ରତିନିଧି ଲିଟୁ ଭୂୟାଁ, ପ୍ରମୋଦ ମହାରଣା,ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ , ରାଜସ୍ୱ ନିରୀକ୍ଷକ ମନ୍ଦାକିନୀ ମଲିକ, ଡାକ୍ତର ଶଙ୍କର ନାରାୟଣ ବେହେରା , ଜି ଆର ଏସ ସଞ୍ଜୟ ସ୍ୱାଇଁ , ଯୋଗାଣ ସହାୟକ ମଳୟ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଶିବିର ରେ ବାର ଜଣ ହିତାଧିକାରୀଙ୍କୁ ଏମ ବି ପି ୱାଇ ଭତ୍ତା, ଦଶ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନ ଓ ଷାଠିଏ ଜଣ ଙ୍କୁ ମୋ ଗୁହାଳ ଯୋଜନାର କାର୍ୟ୍ୟାଦେଶ ବଣ୍ଟନ କରାଯାଇଥିଲା। କ୍ଷ ଏହି କାର୍ୟ୍ୟକ୍ରମ ରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ହୋଇଥିବା ଉନ୍ନୟନ କାର୍ୟ୍ୟ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ରତା ସହାୟତା ଯୋଜନା,କାଳିଆ ଯୋଜନା , ମିଶନ ଶକ୍ତି ସମେତ ସମସ୍ତ ଜନ ହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯାଇଥିଲା ।