Tuesday, October 13, 2026
Home ଆଞ୍ଚଳିକ ବେଲଗୁଣ୍ଠା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୪ତମ ବାର୍ଷିକ ଉତ୍ସବ ପାଳନ

ବେଲଗୁଣ୍ଠା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୪ତମ ବାର୍ଷିକ ଉତ୍ସବ ପାଳନ

8

ବେଲଗୁଣ୍ଠା,୦୧/୦୨ :ଆଜି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡଦାଣ୍ଡ ସ୍ଥିତ ସାଂସ୍କୃତିକ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ଅରବିନ୍ଦ ଶିକ୍ଷା କେନ୍ଦ୍ର ସଭାପତି ତଥା ରୋଟାରୀ କ୍ଳବ୍ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି.ଦେବୀପ୍ରସାଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଫିରୋଜ କୁମାର ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କର୍ୟ୍ୟକ୍ରମ ଆରମ୍ଭ କରିଥିଲେ ଓ ମୁଖ୍ୟବକ୍ତା ଭାବେ ବେଲଗୁଣ୍ଠା ଏନ.ଏ.ସି କାର୍ୟ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଉପନଗରପାଳ ଟି. ବବିତା କୁମାରୀ, ଥାନା ଅଧିକାରୀ ବନବିହାରୀ ପ୍ରଧାନ, ବିଶିଷ୍ଠ ଶିକ୍ଷାବିତ ତଥା ଅନୁଷ୍ଠାନ ଉପଦେଷ୍ଟା ରବୀନ୍ଦ୍ର ନାଥ ଚୌଧୁରୀ, ବିଶିଷ୍ଠ ଆଇନଜୀବି ବିପିନ ବିହାରୀ ସାହୁ, ସମାଜସେବୀ ଟି. ବିଶ୍ୱନାଥ ପାତ୍ର, ଶିକ୍ଷାକେନ୍ଦ୍ରର ସମ୍ପାଦକ ବୁଲୁ ଦାଶ ଓ ଅଧ୍ୟକ୍ଷା ବାସନ୍ତି ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷାବିତ ତଥା ହାସ୍ୟ କଳାକାର ଅଜିତ କୁମାର ପଣ୍ଡା ମଞ୍ଚ ପରିଚାଳନା ସହ ସାଂସ୍କୃତିକ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ।କାର୍ୟ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ୟ୍ୟା ବାସନ୍ତି ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ନିଜ ନିଜ ବକ୍ତବ୍ୟ ରଖିଥିଲେ ଓ ବକ୍ତବ୍ୟରେ ଶିଶୁ ମାନଙ୍କୁ ମୋବାଇଲରୁ ଦୁରେଇ ରଖିବା ସହିତ ଶ୍ରୀମା ଓ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ ।ଅତିଥି ମାନଙ୍କ ଦ୍ୱାରା ଖେଳରେ କୃତକାର୍ୟ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଅନୁଷ୍ଠାନ ତରଫରୁ ବେଲଗୁଣ୍ଠା ସହରର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପରେ ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟମରେ କୁନି କୁନି କଳାକାର ମାନେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରି ଅତିଥି ମାନଙ୍କୁ ମନମୁଗ୍ଧ କରିଥିଲେ ।