Wednesday, October 14, 2026
Home ଆଞ୍ଚଳିକ ରୁଗୁମୁ ପଂଚାୟତରେ ମୋ ଓଡିଶା,ନବୀନ ଓଡିଶା ର ବିକାଶ ଉପରେ ସଚେତନତା

ରୁଗୁମୁ ପଂଚାୟତରେ ମୋ ଓଡିଶା,ନବୀନ ଓଡିଶା ର ବିକାଶ ଉପରେ ସଚେତନତା

13

ଧରାକୋଟ ୦୧/୦୨ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା କ୍ଷ ରୁଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି,ଏବିଡ଼ିଓ ସୁଶୀଲ ପଟନାୟକ ,ଜିପିଓ କିଶୋର ଚନ୍ଦ୍ର ସାହୁ, ସମିତି ସଭ୍ୟ ବନବାସି ବେହେରା, ପୂର୍ବତନ ସରପଞ୍ଚ ସୁଧାକର ସ୍ୱାଇଁ,ନାଏବ ସରପଞ୍ଚ ଲକ୍ଷ୍ମୀ କାନ୍ତ ବିଷୋୟୀ, ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ, ଶିକ୍ଷାବିତ ପୀତବାସ ପାଣିଗ୍ରାହୀ, ରାଜସ୍ୱ ନିରୀକ୍ଷକ ରବୀନ୍ଦ୍ର ଗୌଡ଼, ଡାକ୍ତର ଶଙ୍କର ନାରାୟଣ ବେହେରା , ଜି ଆର ଏସ ଟୁଟୁ ନାହକ, କୃତୀ ଛାତ୍ରୀ ଶ୍ରଦ୍ଧାଞ୍ଜଳୀ ସ୍ୱାଇଁ ପ୍ରମୁଖ ମଞ୍ଚାସି ନ ରହିଥିବା ବେଳେ ଅମେସ ବେହେରା ଏହାର ପରିଚାଳନା କରିଥିଲେ।ଏହି ଶିବିର ରେ ଗାଁ ଗାଁ ରେ କିଭଳି ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକାରଣ ମହିଳା ସଂସକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ର ରୂପାନ୍ତିକରଣ ବିଷୟ ଗୁଡିକ ଉପରେ ଜନ ସଚେତନତା କରିଥିଲେ କ୍ଷ ଏହି ଅବସରରେ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ୟ୍ୟର ସାକ୍ଷର ବହନ କରୁଥିବା ବିକାଶ ପୁସ୍ତିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।କାର୍ୟ୍ୟକ୍ରମ ରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ହୋଇଥିବା ଉନ୍ନୟନ କାର୍ୟ୍ୟ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ରତା ସହାୟତା ଯୋଜନା,କାଳିଆ ଯୋଜନା,ସାମାଜିକ ସୁରକ୍ଷା ଯୋଜନା ର ଭତ୍ତା ପ୍ରଦାନ,ମିଶନ ଶକ୍ତି ସହାୟତାରେ ଋଣ ପ୍ରଦାନ,ରାସନ କାର୍ଡ ଓ ମମତା ଯୋଜନା ସମ୍ପର୍କରେ ସଚେତନ କରାଯାଇଥିବା ବେଳେ ୧୪ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ।