Wednesday, October 14, 2026
Home ଆଞ୍ଚଳିକ ହାତୀପଲ୍ଲ ଭାଙ୍ଗିଲେ ଘର, ଲୋକ ଆତଙ୍କିତ

ହାତୀପଲ୍ଲ ଭାଙ୍ଗିଲେ ଘର, ଲୋକ ଆତଙ୍କିତ

8

ଧରାକୋଟ ୦୧/୦୨ : ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ଇଲାକାରୁ ବାରଟିକିଆ ହାତୀ ପଲ ଦକ୍ଷିଣ ଘୁମୁସର ବନଖଣ୍ଡ ର ଧରାକୋଟ ବନକ୍ଷେତ୍ର ଅଧୀନସ୍ଥ ଆଠଘରିଆ ଗ୍ରାମ୍ୟ ଜଙ୍ଗଲକୁ ଚାଲି ଆସିଛନ୍ତି କ୍ଷ ସେଠାରେ ଲୋକଙ୍କ ପନିପରିବା ଫସଲ ଖାଇ ନଷ୍ଟ କରିବା ପରେ ଗତ ରାତିରେ ବାହାର ପୁର ପଂଚାୟତ ଅନ୍ତର୍ଗତ ମଲ୍ଲି୍ଝର ଜଙ୍ଗଲକୁ ଚାଲି ଆସିଥିଲେ କ୍ଷ ନିକଟସ୍ଥ ଗୋପାଳପୁର ଗ୍ରାମର ନବା ସେଠି ଙ୍କ ଘର ଭାଙ୍ଗି ଚାଉଳ ଓ ଧାନ ଖାଇବା ସହ ନଷ୍ଟ କରିଥିଲେ କ୍ଷ ଘରେ ଥିବା ପରିବାର ଲୋକେ ହାତୀ କୁ ଦେଖି ଭୟରେ ପଳେଇଯାଇଥିଲେ କ୍ଷ ଏହା ପରେ ନିକଟସ୍ଥ ଜମିରେ ହୋଇଥିବା ବାଇଗଣ ଓ ଟମାଟ ପରିବା ଖାଇ ନଷ୍ଟ କରିଥିଲେ ।ଖବର ପାଇ ଧରାକୋଟ ବନପାଳ ଅକ୍ଷୟ ତ୍ରିପାଠୀ, ପ୍ରଦୀପ ପରିଛାଙ୍କ ଏକ ଟିମ ଗ୍ରାମରେ ପହଂଚି ହାତୀପଲ କୁ ବାଜା ବଜାଇବା ସହିତ ଅତାସବାଜି ଫୁଟାଇ ଘଉଡ଼ାଈ ଥିଲେ କ୍ଷ ସମ୍ପ୍ରତି ଏହି ହାତୀ ପଲ ମଲ୍ଲୀଝର ଜଙ୍ଗଲ ରେ ପଶି ରହିଛନ୍ତି କ୍ଷ ଏଭଳି ଘଟଣା ପ୍ରତି ବର୍ଷ ଘଟୁ ଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ କ୍ଷ ଯାହାକୁ ନେଇ ଅଞ୍ଚଳରେ ଭୟ ଓ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଛି।