Wednesday, October 14, 2026
Home ଆଞ୍ଚଳିକ ମୁଣ୍ଡମରାଇ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ମୁଣ୍ଡମରାଇ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

25

ଧରାକୋଟ,30/1 : ନିକଟସ୍ଥ ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ଷୋହଳ ତାରିଖ ଠାରୁ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ତିରିଶ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଅଧ୍ୟାପକ ଶଙ୍କର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ ଅଧ୍ୟାପିକା ବବିତା ରାଣୀ ସାବତ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଡାକ୍ତର ଅଲେଖ ସେନାପତି ଯୋଗଦେଇ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଅଧ୍ୟାପକ ରଞ୍ଜନ କୁମାର ପଟ୍ଟଯୋଷି, ଦୂର୍ଗା ପ୍ରସାଦ ଆଚାରି ଓ ଅଧ୍ୟାପିକା ଡ ସୁମିତ୍ରା ପାଢ଼ୀ ଶିଖିଥିବା ଆତ୍ମ ସୁରକ୍ଷା କୌଶଳ କୁ ସଠିକ ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ। ମାଷ୍ଟର ଟ୍ରେନର ମିନତୀ ଗୌଡ଼ ଓ ବନିତା ସାହୁ ତାଲିମ ପ୍ରଦାନ କରିଥିଲେ। ଏଥିରେ ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।