
ଧରାକୋଟ 30/1 : ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ଯାତ୍ରା ର ରଥ ମେଡିକାଲ ଛକରେ ପହଞ୍ଚିବା ପରେ ସେଠାରେ ସାଇଭକ୍ତଙ୍କ ମାନଙ୍କ ତରଫରୁ ସ୍ବାଗତ ସମ୍ବର୍ଧନା ଦିଆଯାଇ ନଗର ପରିକ୍ରମା କରାଯାଇଥିଲା । ଏହି ସମୟରେ ସମସ୍ତ ଗ୍ରାମବାସୀ କୁମ୍ଭ,ଦୀପ ପ୍ରଜ୍ବଳନ କରି ରଥକୁ ବନ୍ଦାପନା କରିଥିଲେ । ଏହା ପରେ ରଥ ବଡଦାଣ୍ଡ ସ୍ଥିତ ରଥପଦା ନିକଟରେ ସନ୍ଧ୍ୟା ସମୟରେ ପହଞ୍ଚିବା ପରେ ଦୀପ ପ୍ରଦାନ ସହ ଭଜନ,ଆରତୀ ଓ ସତସଙ୍ଗ କାର୍ଯ୍ୟକ୍ରମ ପରେ ନିକଟସ୍ଥ ମୁକ୍ତାପୁଞ୍ଜି ଗ୍ରାମର କୁନି କୁନି ପିଲା ମାନଙ୍କ ଦ୍ଵାରା ହରିନାମ ସଙ୍କୀର୍ତ୍ତନ ଗାନ କରାଯାଇଥଲା। ଶେଷରେ ସର୍ବଧର୍ମ ଆରତୀ ଓ ସାମୁହିକ ପ୍ରସାଦ ସେବନ କରାଯାଇଥିଲା । ମଙ୍ଗଳବାର ପ୍ରାତଃ କାଳରେ ସୁପ୍ରଭାତମ,ନଗର ସଙ୍କୀର୍ତ୍ତନ ପରେ ଷୋଡଶ ଉପଚାରରେ ଦିବ୍ୟ ପାଦୁକା କୁ ପୂଜା ଅର୍ଚ୍ଚନା କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରି ରଥକୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି,ଶେରଗଡ଼, ମୁକ୍ତାପୁଞ୍ଜି, କଙ୍କରଡ଼ା, ମୁଣ୍ଡମରାଇ,ହରିପୁର ସହ ବିଭିନ୍ନ ଗ୍ରାମର ସାଇଭକ୍ତଙ୍କ ମାନେ ବହୁ ସଂଖ୍ୟାରେ ଯୋଗଦେଇ ସାଇକୃପା ଲାଭ କରିଥିଲେ ।



