ମିଶନଶକ୍ତି ଗୋଷ୍ଠୀ ଦକ୍ଷତା ବିକାଶ ତାଲିମ ଶିବିର

5

ବେଲଗୁଣ୍ଠା, ୩୦/୦୧,ବେଲଗୁଣ୍ଠା ବିଜ୍ଞାମ୍ପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନା ସମ୍ପର୍କୀୟ ମିଶନଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ପରିଷଦ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଜ୍ଝଏହି କାର୍ୟ୍ୟକ୍ରମ ଚଳିତ ମାସ ୨୨ ରୁ ଆରମ୍ଭକରି ୨୭ ରିଖ ପର୍ୟ୍ୟନ୍ତ ଚାଲିଥିଲା ଜ୍ଝ ପରିଷଦ ଅନ୍ତର୍ଗତ ୧୩ ୱାର୍ଡ ର ସମୁଦାୟ ୮୭ ଟି ମିଶନ ଶକ୍ତି ଗୋଷ୍ଟିଙ୍କ ଏହି ତାଲିମ କାର୍ୟ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯିବ ଜ୍ଝ ଆଜି ଏହାକୁ ତର୍ଜମା କରି ପରିଷଦ ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର ଙ୍କ ତତ୍ୱାବଧାନରେ ମୁକ୍ତା ଯୋଜନା ର ପ୍ରକଳ୍ପ ସଂଯୋଜକ ସରୋଜ କୁମାର ପଣ୍ଡା,ମଙ୍ଗୁଳୁ ମୁନି ଓ ଖିରୋଦ ବେହେରା ଙ୍କ ସମେତ ନଗର ମିଶନ ପରିଚାଳକ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ମିଶନଶକ୍ତି ଗୋଷ୍ଠୀ ତରଫରୁ ମାଷ୍ଟ୍ର ତାଲିମଦାତା ମାନେ ସହାୟତା କରିଥିଲେ ଜ୍ଝ ମୁକ୍ତା ଯୋଜନା ରେ ମିଶନଶକ୍ତି ଗୋଷ୍ଠୀ ଗୁଡିକ ନିମନ୍ତେ ଥିବା ସୁବିଧାସୁଯୋଗ ତଥା ଯୋଜନାର ସଫଳ ରୂପାୟନରେ ମହିଳା ମାନଙ୍କ ଭୂମିକା ସମ୍ପର୍କରେ ତାଲିମ ଦିଆଯାଇଥିଲା ଜ୍ଝ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଯୁଗ୍ମ ସମ୍ପାଦକ ସାରଦା ପ୍ରସାଦ ପଣ୍ଡା ଭିସି ମାଧ୍ୟମରେ ଉପସ୍ଥିତ ମହିଳାମାନଙ୍କୁ ଉତ୍ସାହିତ କରିବାସହ ପ୍ରେରଣାଦାୟୀ ବାର୍ତା ଦେଇଥିଲେ ଜ୍ଝ ପରିଶେଷରେ ମୁକ୍ତା ହିସାବରକ୍ଷକ ଖିରୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଜ