
ଧରାକୋଟ,୨୭/୦୧ : ସମଗ୍ର ଦେଶରେ 75 ତମ ସାଧାରଣତନ୍ତ୍ର ଦିବସ ବେଶ ଉତ୍ସାହର ସହିତ ପାଳନ ହୋଇଯାଇଛି। ଏହି ଅବସରରେ ଧରାକୋଟ ବ୍ଲକର ଜାହାଡ଼ା ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସରପଞ୍ଚ ସତ୍ୟବାଦୀ ସ୍ୱାଇଁ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଧରାକୋଟ ଅଗ୍ନିଶମ ଅଧିକାରୀ ଚିତ୍ତରଂଜନ ସାହୁ ଯୋଗଦେଇଥିଲେ । ପଞ୍ଚାୟତ ସ୍ତରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି କବାଡି ଓ ଦୌଡ଼ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା ଯୋଗୁଁ ସେମାନଙ୍କୁ ତାପସ ମେମୋରିଆଲ ସ୍ପୋର୍ଟସ ଟ୍ରଫି ସହ ମାନପତ୍ର ଓ ଅର୍ଥ ରାଶି ସରପଞ୍ଚ,ମୁଖ୍ୟ ଅତିଥି ,ପୂର୍ବତନ ସରପଞ୍ଚ ନବଘନ ପ୍ରଧାନ ,ଉଦ୍ୟୋକ୍ତା ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ପ୍ରଦାନ କରିଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଅବଦାନ ପାଇଁ ବରିଷ୍ଠ ସାମ୍ୱାଦିକ ତଥା ଦୈନିକ ସକାଳ ଖବର କାଗଜ ପ୍ରତିନିଧି ହୃଦାନନ୍ଦ ଜେନା, ସମ୍ବାଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ପ୍ରତିଦିନ ପ୍ରତିନିଧି ରବି ନନ୍ଦନ ପ୍ରଧାନ ଙ୍କୁ ପଞ୍ଚାୟତ ତରଫରୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।




