Tuesday, October 13, 2026
Home ଆଞ୍ଚଳିକ ଧରାକୋଟ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ପାଳନ

ଧରାକୋଟ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ପାଳନ

33

ଧରାକୋଟ ୨୭/୦୧ : ଧରାକୋଟ ଅଞ୍ଚଳର ପୁରପଲ୍ଲୀ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ୭୫ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଧରାକୋଟ ରଥପଦା ଠାରେ ଆୟୋଜିତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିବା ବେଳେ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ବ୍ଲକ ରେ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ଥାନାରେ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି, ମେଡିକାଲ ରେ ଡାକ୍ତର mvk ଅଶୋକ, ବିଦ୍ୟୁତ ଅଫିସ ରେ ସହକାରୀ ଯନ୍ତ୍ରୀ ତୁଷାର ପାଢ଼ୀ,କୃଷି ସୂଚନା କେନ୍ଦ୍ରରେ ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା, ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ମମତା କୁମାରୀ ଦେବୀ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା, ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ,ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ରେ ବନପାଳ ଅକ୍ଷୟ ତ୍ରିପାଠୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ,ଧରାକୋଟ କଲେଜ ରେ ଅଧ୍ୟକ୍ଷ ଅକ୍ଷୟ ପଟନାୟକ, ମୁଣ୍ଡମରାଇ କଲେଜ ରେ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ,ଧରାକୋଟ ଗାନ୍ଧୀ ଛକରେ ସମାଜ ସେବୀ ବିଶ୍ଵନାଥ ପ୍ରଧାନ,ପଞ୍ଚାୟତ ଅଫିସ୍ ରେ ସରପଞ୍ଚ ପୁନିଆ ଦାସ, ମୁଣ୍ଡମରାଇ ପଞ୍ଚାୟତ ରେ ସରପଞ୍ଚ ଅଭିମନ୍ୟୁ ସେଠୀ, ଢ଼ଉଗାଁ ପଞ୍ଚାୟତ ରେ ସରପଞ୍ଚ ମନୁ ପାତ୍ର ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।