Monday, October 12, 2026
Home ଆଞ୍ଚଳିକ ବଡଖୋଲିରେ ମୋ ଗେହ୍ଲା ଝିଅ ।

ବଡଖୋଲିରେ ମୋ ଗେହ୍ଲା ଝିଅ ।

112

ଆସିକା (ଜିଲ୍ଲା ଖବର) : ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି ପଞ୍ଚାୟତର ସାଅନ୍ତାପୁର ଗ୍ରାମରେ ପାଳିତ ହୋଇଯାଇଛି ମୋ ଗେଲ୍ଲା ଝିଅ ।ଆଜି ହେଉଛି ଜାତୀୟ କନ୍ୟା ସନ୍ତାନ ଦିବସ। ଏହି ଦିବସ ଅବସରରେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ଝିଅ ମାନଙ୍କ ସୁରକ୍ଷା ଓ କନ୍ୟାଭୃଣ ହତ୍ୟା ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ବାର୍ତ୍ତା ପ୍ରଦାନ ନିମନ୍ତେ ପାଳିତ ହୋଇଛି ଏହି କାର୍ଯ୍ୟକ୍ରମରେ।ନବଜାତ କନ୍ୟାଶିଶୁ ମାନଙ୍କୁ ଅଭିନବ ଢଙ୍ଗରେ ସ୍ବାଗତ ଓ ସମ୍ବର୍ଦ୍ଧନା କରିବା ସହ ପ୍ଲେକାର୍ଡ ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ବର୍ତ୍ତମାନ ଶିଶୁ କନ୍ୟାହାର ୯୪୫କୁ ବୃର୍ଦ୍ଧି ପାଇଥିବା ବେଳେ ଆଗାମୀ ସମୟରେ ୧୦୦୦କୁ ଵୁଦ୍ଧି କରିବାର ପ୍ରୟାସ ଜାରି ରହିବା ସହ ସଚେତନତା ସୃଷ୍ଟି କରାଯିବା ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି। ଆସିକା ସିଡିପିଓ ଭାରତୀ ମହାପାତ୍ରଙ୍କ ନେତୃତ୍ୱକ୍ରମେ ବଡଖୋଲି ଅଂଗନଞ୍ବାଡି କେନ୍ଦ୍ରର ସୁପରଭାଇଜର ଉଷା ପଟ୍ଟନାୟକ,ସରପଞ୍ଚ , ଅଂଗନଞ୍ବାଡି କର୍ମୀ ଗୀତାଞ୍ଜଳି ମୁନି, ମମତା ଜେନା ସମେତ ସମସ୍ତ ସହାୟକ ,ପଞ୍ଚାୟତର ସମସ୍ତ କର୍ମୀ ସମେତ ଗ୍ରାମର ଲୋକମାନେ ରହି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ରିପୋର୍ଟ ରତ୍ନାକର ଶିଅ ।

ମୋ ଗେହ୍ଲା ଝିଅ ,ବଡଖୋଲି