ଜଗମୋହନ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

4

ଧରାକୋଟ : ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସସ୍ମିତା ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ,ସମ୍ମାନିତ ଅତିଥି ଭାବରେ ଡାକ୍ତର ଯୁଧିଷ୍ଟିର ପ୍ରଧାନ,ସରପଞ୍ଚ ଲିନା କୁମାରୀ ମହାରଣା,ସମିତି ସଦସ୍ୟ ବିଭୂତି ଭୂଷଣ ବେବର୍ତ୍ତା,ସମାଜସେବୀ ବ୍ରହ୍ମାନନ୍ଦ ଆଚାରି, ଅବସରପ୍ରାପ୍ତ ଶିକ୍ଷକ ନୀଳାଚଳ ସାହୁ,ଭାସ୍କର ସାହୁ, ପି ଟି ଏ ସଭାପତି ବଲ୍ଲଭ ସାହୁ ଓ ସି ଆର ସି ସି ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ,ନୃତ୍ୟ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ରବୀନ୍ଦ୍ର ସାହୁ ଓ ଭୀମ ସାହୁଙ୍କ ସହଯୋଗ ରେ ପରିବେଷଣ କରାଯାଇଥିଲା। ଅଭୟ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଶିକ୍ଷା ଉପଯୋଗୀ ନାଟକ ଦାସ ବାବୁଙ୍କ ଆଖିରେ ଲୁହ ମଞ୍ଚସ୍ଥ ହୋଇଥିଲା । ଶିକ୍ଷକ ସର୍ଵଶ୍ରୀ ସନ୍ତୋଷ ସାହୁ, ପ୍ରେମାନନ୍ଦ ପାତ୍ର, ଗିରିଧାରୀ ନାୟକ, ବାଣିଶ୍ରୀ ଶତପଥୀ, ଶାନ୍ତିଲତା ବେହେରା, ସୁଷମା ସାହୁ, ସୁନୀତା ବେହେରା ଦୀପ୍ତି ରାଣୀ ପାତ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ଅରସୁଲୁ ସେଠୀ ଓ କାଳୁଚରଣ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ ।