
ଧରାକୋଟ, ୨୫.୧ : ପ୍ରାଣୀ ଚିକିତ୍ସକ ମାନଙ୍କ ଆନ୍ଦୋଳନ ଆଜି ଅଷ୍ଟମ ଦିନରେ ପହଞ୍ଚିଛି ଓ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଜିଲ୍ଲା ମୁଖ୍ୟାଳୟରେ ଧାରଣା ରେ ବସିଛନ୍ତି ଓ ଧରାକୋଟ ସ୍ଥିତସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ରେ କାର୍ୟ୍ୟରତ ବି ଭି ଓ ଡାକ୍ତର ମାନସ ରଞ୍ଜନ ପଲାଇ, ଏ ବି ଭି ଓ ଡାକ୍ତର ଐଶ୍ୱର୍ୟ୍ୟା ଦାସ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରିସି ନନ୍ଦ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିବା ଯୋଗୁଁ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ରକମ ଅଚଳାବସ୍ଥା ଦେଖା ଦେଇଛି। ଗୃହ ପାଳିତ ପଶୁମାନେ ସଂକ୍ରାମକ, ଅଣ ସଂକ୍ରାମକ ଓ ଆପାତ କାଳୀନ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ବେଳେ ସରକାରଙ୍କ ଜୀବନ ଜୀବିକା ଭିତ୍ତିକ ଯୋଜନା ଠପ ହୋଇଯାଇଛି । ରୋଗୀମାନଙ୍କ ଜୀବନ ଅତ୍ୟନ୍ତ ଦୁର୍ବିସହ ଆଡ଼କୁ ଗତି କଲାଣି ଓ ଏମ୍ ଭି ୟୁ ବା ଭ୍ରାମ୍ୟମାଣ ଚିକିତ୍ସା ଗାଡି ଗଡୁ ନାହିଁ ଓ ଗାଁ ଗାଁରେ ବୁଲି ଜରୁରୀ ଚିକିତ୍ସା ଲୋକଙ୍କ ପାଇଁ ସାତସପନ ହୋଇଛି ଓ ବୀମା ଭୁକ୍ତ ପ୍ରାଣୀ ମୃତ୍ୟୁ ବରଣ କରିଥିଲେ ସୁଦ୍ଧା ବୀମା ରାଶି ନ ମିଳିବା ନେଇ ଆଶଙ୍କା ହେଉଛି ଓ ସ୍ଵୟଂ ସହାୟକ ଦଳ ଦ୍ୱାରା ସ୍ଥାପିତ ବିଭିନ୍ନ୍ ଫାର୍ମ ନିମନ୍ତେ ସବସିଡି ମଞ୍ଜୁର କିମ୍ବା ବୀମା କରଣ ହୋଇପାରୁନାହିଁ ଓ ଏ ସମ୍ପର୍କରେ ସ୍ଥାନୀୟ ଡାକ୍ତର ମାନସ ରଞ୍ଜନ ପଲେଇ ଙ୍କୁ ପଚାରିବାରୁ ବିଭିନ୍ନ ଦାବୀ ନେଇ ସାରା ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ଆନ୍ଦୋଳନରେ ବସିଛନ୍ତି ବୋଲି ପ୍ରକାଶ କରିଛନ୍ତି ଓ ମହିଳା ସ୍ଵୟଂ ସହାୟକ ଦଳ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି ଓ ସରକାର ତୁରନ୍ତ ଏ ସମସ୍ୟାର ଅନ୍ତ କରିବାକୁ ଜନ ସାଧାରଣରେ ଦାବୀ ହେଉଛି ।



