ଓଳମ୍ୱା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

14

ଧରାକୋଟ ୨୫/୧ :ଧରାକୋଟ ବ୍ଲକ ଅନ୍ତର୍ଗତ ଓଳମ୍ୱା ସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ସଭପତି ଶରତ ଚନ୍ଦ୍ର ସ୍ୱାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ, ସମ୍ମାନୀତ ଅତିଥି ଭାବରେ ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ, ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଜିତ କୁମାର ଗୌଡ଼, ଧରାକୋଟ ଅଗ୍ନିଶମ ଅଧିକାରୀ ଚିତ୍ତରଂଜନ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଶିଶିର ମହାନ୍ତି ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ନିଶାକର ପାତ୍ର କାର୍ୟ୍ୟକ୍ରମ ର ପରିଚାଳନା କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ,ନୃତ୍ୟ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ସଙ୍ଗୀତ ନିର୍ଦ୍ଦେଶକ ଯୋଗୀଭାଇ ଙ୍କ ସହଯୋଗ ରେ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷକ ମଙ୍ଗୁ ଳୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।