Wednesday, October 14, 2026
Home ଆଞ୍ଚଳିକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳନ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳନ

11

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକତ୍ତୋର ରାଜନୀତି ବିଜ୍ଞାନ ବିଭାଗ ଓ ଜାତୀୟ ସେବା ଯୋଜନା ଶାଖାର ମିଳିତ ଆନୁକୁଲ୍ୟରେ ଆଜି ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି। ରାଜନୀତି ବିଜ୍ଞାନ ବିଭାଗ ର ସଂଯୋଜକ ଡ଼ ରାଜେଶ ସେଠ୍ ଅନ୍ୟାନ୍ୟ ଅଧ୍ୟାପକମାନଙ୍କ ସହିତ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟର ନିକଟସ୍ଥ ପୋଷ୍ୟ ଗ୍ରାମ ଗୁଡିକୁ ପରିକ୍ରମାରେ ନେଇଥିଲେ। ଜାତୀୟ ସେବା ଯୋଜନାର କାର୍ୟ୍ୟକାରୀ ଅଧିକାରୀ ଡ଼ ଶଙ୍କର୍ସଣ ମଲିକ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ନାରା ଓ ପୋଷ୍ଟର ମାଧ୍ୟମରେ ମତଦାନ ଓ ଗଣତାନ୍ତ୍ରିକ ଅଧିକାର ସମ୍ଵନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଛାତ୍ରଛାତ୍ରୀ ମାନେ ବହୁସଂଖ୍ୟାରେ ଯୋଗଦେଇ ଏକ ସୁସ୍ଥ ମତଦାନ ବ୍ୟବସ୍ଥାପାଇଁ ଅନ୍ତରବାଟିଆ, ରଙ୍ଗେଇଲୁଣ୍ଡା ର ନାଗରିକ ମାନଙ୍କୁ ବୁଝାଇଥିଲେ। ପରିକ୍ରମା ଶେଷରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ଲକ୍ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଜାତୀୟ ମତଦାତା ଦିବସ ଉପଲକ୍ଷେ ଶପଥପାଠ କରିଥିଲେ। ସ୍ନାତୋକୋତ୍ତର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଶ୍ରୀ ସଞ୍ଜୟ ମେହେର୍ ଏହାର ପରିଚାଳନା ସମ୍ପାଦନ କରିଥିଲେ। ସ୍ନାତୋକୋତ୍ତର ରାଜନୀତି ବିଜ୍ଞାନ ବିଭାଗର ଡ଼ ଶାରଦା ପ୍ରସନ୍ନ ରାଉତ ଏବଂ ଡ଼ କୀର୍ତ୍ତିମୟୀ ରାଉତରାୟ ଏବଂ ଲୋକ ପ୍ରଶାସନ ବିଭାଗର ଡ଼ ସୌମ୍ୟେନ୍ଦ୍ର କୁମାର ମହାନ୍ତି ଏହି ସଚେତନତା ଅଭିଯାନର ପରିଚାଳନାରେ ସହଯୋଗ କରିଥିଲେ।