Home ଜାତୀୟ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁର ସମ୍ମିଶ୍ରଣକୁ ଦୃଷ୍ଟିରେ ରଖି ବସ୍ତୁ...

ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁର ସମ୍ମିଶ୍ରଣକୁ ଦୃଷ୍ଟିରେ ରଖି ବସ୍ତୁ ଓ ସେବା କର, ମୂଲ୍ୟଯୁକ୍ତ କର ଏବଂ ଉତ୍ପାଦ ଶୁଳ୍କ ସହ ଜଡ଼ିତ ଆଇନର ସଂଶୋଧନ/ସମ୍ପ୍ରସାରଣ/ରଦ୍ଦକୁ କ୍ୟାବିନେଟର ଅନୁମୋଦନ

28

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍, ବସ୍ତୁ ଓ ସେବା କର (ଜିଏସଟି), ମୂଲ୍ୟଯୁକ୍ତ କର (ଭାଟ୍) ଏବଂ ରାଜ୍ୟ ଉତ୍ପାଦ ଏବଂ ଡାମନ ଡେଜିଗ୍ନେସନ (ପଦ ନାମ) ମୁଖ୍ୟାଳୟ ସହ ଜଡ଼ିତ ଥିବା ନିମ୍ନଲିଖିତ ଆଇନ ଏବଂ ନିୟମର ସଂଶୋଧନ/ ସମ୍ପ୍ରସାରଣ/ ରଦ୍ଦକୁ ଅନୁମୋଦନ କରିଛି ।

୧. କେନ୍ଦ୍ରୀୟ ବସ୍ତୁ ଓ ସେବା କର ଆଇନ, ୨୦୧୭ (୨୦୧୭ର ନମ୍ବର ୧୨)କୁ କେନ୍ଦ୍ରୀୟ ବସ୍ତୁ ଓ ସେବା କର (ସଂଶୋଧନ) ନିୟମ, ୨୦୨୦ ଭାବେ ସଂଶୋଧନ କରାଯିବ ।

୨. କେନ୍ଦ୍ରଶାସିତ ଅଞ୍ଚଳ ବସ୍ତୁ ଓ ସେବା କର ଆଇନ, ୨୦୧୭ (୨୦୧୭ର ନମ୍ବର ୧୪)କୁ କେନ୍ଦ୍ରଶାସିତ ଅଞ୍ଚଳ ବସ୍ତୁ ଓ ସେବା କର (ସଂଶୋଧନ) ନିୟମ, ୨୦୨୦ ଭାବେ ସଂଶୋଧନ କରାଯିବ ।

୩. ଦାଦ୍ରା ଓ ନଗର ହାଭେଳି ମୂଲ୍ୟଯୁକ୍ତ କର ନିୟମ ୨୦୦୫ (୨୦୦୫ର ନମ୍ବର ୨)କୁ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ ମୂଲ୍ୟଯୁକ୍ତ କର (ସଂଶୋଧନ) ନିୟମ, ୨୦୨୦ ଭାବେ ସଂଶୋଧିତ କରାଯିବ ।

୪. ଡାମନ ଓ ଡିୟୁ ମୂଲ୍ୟଯୁକ୍ତ କର ନିୟମ, ୨୦୦୫ (୨୦୦୫ର ନମ୍ବର ୧)କୁ ଡାମନ ଓ ଡିୟୁ ମୂଲ୍ୟଯୁକ୍ତ କର (ରଦ୍ଦ) ନିୟମ, ୨୦୨୦ ଭାବେ ପରିବର୍ତ୍ତନ କରାଯିବ ।

୫. ଗୋଆ, ଡାମନ ଓ ଡିୟୁ ଉତ୍ପାଦ ଶୁଳ୍କ ଆଇନ, ୧୯୬୪ (୧୯୬୪ର ନମ୍ବର ୫)କୁ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ ଉତ୍ପାଦ ଶୁଳ୍କ (ସଂଶୋଧନ) ନିୟମ, ୨୦୨୦ ଭାବେ ସଂଶୋଧନ କରାଯିବ ।

୬. ଦାଦ୍ରା ଓ ନଗର ହାଭେଳି ଉତ୍ପାଦ ଶୁଳ୍କ ନିୟମ, ୨୦୧୨ (୨୦୧୨ର ନମ୍ବର ୧)କୁ ଦାଦ୍ରା ଓ ନଗର ହାଭେଳି ଉତ୍ପାଦ ଶୁଳ୍କ (ରଦ୍ଦ) ନିୟମ, ୨୦୨୦ ଭାବେ ପରିବର୍ତ୍ତନ କରାଯିବ ।

ଏହି ସଂଶୋଧନଗୁଡ଼ିକ ସାଧାରଣ ଟିକସ କର୍ତ୍ତୃପକ୍ଷ: ଜାଲିଆତି କମାଇ ନାଗରିକମାନଙ୍କୁ ଉତ୍ତମ ସେବା ଯୋଗାଣ ଓ ପ୍ରଶାସନିକ ଦକ୍ଷତାରେ ସୁଧାର ସହ ଜିଏସଟି, ଭାଟ୍ ଓ ରାଜ୍ୟ ଉତ୍ପାଦ ସମ୍ପର୍କିତ ଆଇନରେ ଅଧିକ ସମାନତା ଆଣିବାରେ ସହାୟକ ହେବ ଏବଂ ଜିଏସଟି, ଭାଟ୍, ରାଜ୍ୟ ଉତ୍ପାଦ ସଂଗ୍ରହ ସହ ପୁରୁଣା ବକେୟା ଅସୁଲରେ ଆଇନଗତ ଜଟିଳତା ହଟାଇ “ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ”କୁ ସୁନିଶ୍ଚିତ କରିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ସଂଶୋଧନଗୁଡ଼ିକ କେବଳ ଟିକସ ଆଇନରେ ସମାନତା ଆଣିବ ତାହା ନୁହେଁ ବରଂ ଆଇନ ବ୍ୟବସ୍ଥାକୁ ମଜବୁତ ମଧ୍ୟ କରିବ ।

ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ, ସରକାରୀ ରାଜସ୍ୱ ସଞ୍ଚୟ ଓ ସମାନତାକୁ ସୁନିଶ୍ଚିତ କରିବା, ଟିକସ କର୍ତ୍ତୃପକ୍ଷଙ୍କ ଦୈନନ୍ଦିନ କାର୍ୟ୍ୟରେ ସ୍ଥିରତା ଓ ଘନତା ଆଣିବା ବ୍ୟତୀତ “ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ” ଲକ୍ଷ୍ୟକୁ ବାସ୍ତବରେ ପରିଣତ କରିବାକୁ ଏକ ବୃହତ ପଦକ୍ଷେପ ନେଇଛନ୍ତି । ୨୦୨୦ ଜାନୁଆରୀ ୨୬ରୁ ଦାଦ୍ରା ଓ ନଗର ହାଭେଳି ଓ ଡାମନ ଓ ଡିୟୁର ସମ୍ମିଶ୍ରଣ ନିମନ୍ତେ ବସ୍ତୁ ଓ ସେବା କର (ଜିଏସଟି), ମୂଲ୍ୟଯୁକ୍ତ କର (ଭାଟ୍), ଉତ୍ପାଦ ଏବଂ ଡାମନ ଡେଜିଗ୍ନେସନ (ପଦ ନାମ)କୁ ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିୟୁର ମୁଖ୍ୟାଳୟ ଭାବେ ଜଡ଼ିତ ଥିବା ଆଇନ ଏବଂ ନିୟମର ସଂଶୋଧନ/ ସମ୍ପ୍ରସାରଣ/ ରଦ୍ଦ କରି ଏହି ସଫଳତା ହାସଲ ହୋଇପାରିଛି ।