
ଧରାକୋଟ 22/1 : ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧରାକୋଟ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଧରାକୋଟ, ମୁଣ୍ଡମରାଇ, ଢଉପଦା, ଢଉଗାଁ, ବରଡ଼ାଵିଲି, ସିନ୍ଦୂରାପଲି, ସରଧା ପୁର, କମା ଶାସନ, ନନ୍ଦୀଗୋର, ସୀଙ୍ଗିପୁର, ଜାହାଡ଼ା,ଜଗମୋହନ, ବାଖରକଟା, ଦିଗି, କେନ୍ଦୂପଲି, ମଛାକୋଟ, ମାଣିକପୁର, ଜାନବିଲି, ଖାରିଗୁମା, କୁସଗୁମା, ହରିପୁର, ଶାନ୍ତି ଝର ହନୁମାନ ବାଟିକା ପ୍ରଭୃତି ଗ୍ରାମରେ ସ୍ଵତନ୍ତ୍ର ପୂଜା ଅର୍ଚ୍ଚନା କରାଯାଇଥିଲା । ସକାଳୁ ବିଭିନ୍ନ ଗ୍ରାମରେ ଥିବା ରାମ ମନ୍ଦିର, ରଘୁନାଥ ମନ୍ଦିର,ହନୁମାନ ମନ୍ଦିର ତରଫରୁ ପ୍ରଭାତଫେରି,ହୋମ ଯଜ୍ଞ, ବିଜୟ ତାରକ ମନ୍ତ୍ର ପାଠ,ହନୁମାନ ଚାଳିଶା ପାଠ ,ସାମୁହିକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘରେ ଘରେ ପୂର୍ଣ୍ଣ କୁମ୍ଭ ସହ କଳସ ସ୍ଥାପନ କରାଯାଇ ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ବାଗତ କରାଯାଇଥିଲା । ପ୍ରତ୍ୟେକ ଘରେ ଓ ମନ୍ଦିର ସମ୍ମୁଖରେ ପାଞ୍ଚ ରୁ ଅଧିକ ଦୀପ ପ୍ରଜ୍ବଳନ କରାଯାଇଥିଲା। ଅଧିକାଂଶ ଗ୍ରାମରେ ନଗର ସଙ୍କୀର୍ତ୍ତନ ସହ ରାମ ରଥକୁ ପରିକ୍ରମା କରାଯାଇଥିଲା । ଧରାକୋଟ ସ୍ଥିତ ରାମ ମନ୍ଦିର, ହନୁମାନ ମନ୍ଦିର, ବଡ଼ଦାଣ୍ଡ ସାହି ହନୁମାନ ମନ୍ଦିର, ମୁଣ୍ଡମରାଇ ରଘୁନାଥ ମନ୍ଦିର,ଶିଶୁ ମନ୍ଦିର, ପୁରୁଣା ବ୍ୟାଙ୍କ ଛକ, ଢଉଗାଁ ଛକ, ଜାହାଡା, ଦିଗୀ ଓ ଖାରିଗୁମା, ଚାରିଛକ, ଦଶମାଇଲି, ମୁକ୍ତାପୁଞ୍ଜି, କୁଶପଡା ଆଦି ସ୍ଥାନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



