
ଗୁଣପୁର,୨୨/୦୧ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ୱାରା ଆୟୋଜିତ ୫୩ ତମ ଆନ୍ତମହା ବିଦ୍ୟାଳୟ ସ୍ତରିୟ କ୍ରିକେଟ ପ୍ରତିଯୋଗିତାରେ ଗୁଣପୁର ମହାବିଦ୍ୟାଳୟର ଛାତ୍ରମାନେ ଲଗାତାର ତିନୋଟି ମହାବିଦ୍ୟାଳୟ ଯଥା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସୂୟଂଶାସିତ ମହାବିଦ୍ୟାଳୟ, ସିମିଳିଗୁଡ଼ା ମହାବିଦ୍ୟାଳୟ ଓ ଡି.ଏ.ଭି କୋରାପୁଟ ମହାବିଦ୍ୟାଳୟକୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଥିବା ବେଳେ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆ ରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଚିକିଟି ମହାବିଦ୍ୟାଳୟ ଟସ୍ ଜିତି ବେଟିଂ କରିବାକୁ ନିଷ୍ପତି ନେଇ ସମସ୍ତ ୱିକେଟ ହରାଇ ୭୨ ରନ କରିବାକୁ ସକ୍ଷମ ହୋଇଥିଲେ ୧୫.୩ ଓଭରରେ।ଦ୍ଵୀତିୟ ପର୍ଯ୍ୟାୟରେ ବ୍ୟାଟିଂ କରି ଗୁଣପୁର ମହାବିଦ୍ୟାଳୟ ପାଞ୍ଚ ୱିକେଟ ହରାଇ ୭୫ ରନ କରି ଚିକିଟ ମହାବିଦ୍ୟାଳୟ କୁ ହରାଇ ଫାଇନାଲ ମ୍ୟାଚକୁ ଭର୍ତ୍ତିର୍ଣ୍ଣ ହୋଇଛନ୍ତି । ଶେଷ ବଲରେ ଅନିମୁ ଉପେନ୍ଦ୍ର ଏକ ବାଉଣ୍ଡରି ମାରି ମହାବିଦ୍ୟାଳୟକୁ ୬ ୱିକେଟରେ ଜିତାଇଥିଲେ ।ଆସନ୍ତା କାଲି ଫାଇନାଲ ମ୍ୟାଚ ଖେଳାଯିବ। ଏହି ସୂଚନା ଗୁଣପୁର କଲେଜ କ୍ରିକେଟ ଟିମ୍ ମ୍ୟାନେଜର ଅଧ୍ୟାପକ ବିକାଶରଞ୍ଜନ ଭୁୟାଁ ପ୍ରଦାନ କରିଛନ୍ତି । ଏହି ସଫଳତା ପାଇଁ ଛାତ୍ରମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି ,ପ୍ରାଧ୍ୟାପକ, ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଶୁଭେଛା ଜଣାଇଛନ୍ତି । ସହରର କ୍ରିକେଟ ପ୍ରେମି ମାନଙ୍କଠାରୁ ଶୁଭେଛାର ସୁଅ ଛୁଟିଛି ।



