ନୂଆଁ ଓ ତରଫରୁ ପରିକ୍ରମା ପ୍ରକଳ୍ପ ର ଉଦ୍ଘାଟନୀ ଉତ୍ସବ

64

ଧରାକୋଟ 19/1 : ନିକଟସ୍ଥ ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଉଦ୍ଘାଟନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଏହାକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖମ୍ବେୟ ଦୋରା କଲେଜ ର ଓଡ଼ିଆ ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ,ମୁଖ୍ୟ ବକ୍ତା ଭାବେ କବିସୂର୍ଯ୍ୟ ନଗର ସଂସ୍କୃତ କଲେଜ ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜଗନ୍ନାଥ ସଂସ୍କୃତି ଓ ଚେତନା ଉପରେ ଅବଗତ କରାଇଥିଲେ । ନୋଡାଲ ଅଫିସର ଅଧ୍ୟାପିକା ଡ ସୁମିତ୍ରା ପାଢ଼ୀ ଏଥିରେ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ରଞ୍ଜନ କୁମାର ପଟ୍ଟଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।