ଧରାକୋଟରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

17

ଧରାକୋଟ ,19.1 : ଧରାକୋଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଧରାକୋଟ ବିଡ଼ିଓ ଡେନିସ ବେହେରା ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ବାଇଁ, ଟୁକୁନା ଗ ଉଡ, ସ୍ଥାନୀୟ ସରପଞ୍ଚ ପୁନିଆ ଦାସ, ପ୍ରମୁଖ ମଞ୍ଚାସିନ ରହି ଓଡ଼ିଶା ସରକାରଙ୍କ ଜନସାଧାରଣଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ର ଆଲୋଚନା କରିଥିଲେ। ମୂଖ୍ୟତଃ ମିଶନ ଶକ୍ତି, ଦକ୍ଷତା ବୃଦ୍ଧି, କୃଷି, ମହିଳା ଓ ଶିଶୁ ବିକାଶ, ପଶୁପାଳନ, ସାମାଜିକ ସୁରକ୍ଷା, ପାନୀୟ ଜଳ ଯୋଗାଣ,ଆବସ ଯୋଜନା, ସ୍ବାସ୍ଥ୍ୟ ପରିବାର କଲ୍ୟାଣୀ ସରକାରୀ ଯୋଜନା ,ମାଛ ଚାଷ,କଳା ଓ ସଂସ୍କୃତିର ବିକାଶ, ରାଜସ୍ୱ,ଆମ ବ୍ୟାଙ୍କ୍, ବିଦ୍ୟାଳୟ ରୂପାନ୍ତରଣ ଭଳି ବିଭିନ୍ନ ଯୋଜନା ରେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସର୍ବସାଧାରଣ ମାନଙ୍କ ପାଇଁ ଷ୍ଟଲ୍ ଖୋଲା ଯାଇଥିଲା। ତହସିଲ ଦାର ଙ୍କ ଦ୍ଵାରା ହିତାଧିକାରୀଙ୍କୁ ପଟା ବଣ୍ଟନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ସତାଧିକ SHG ଗୃଫ ର ମହିଳା ଧରାକୋଟ ପଞ୍ଚାୟତ ର ଜନସାଧାରଣ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ସରପଂଚ ଦିଲିପ୍ କୁମାର ସ୍ବାଇଁ, ଯୋଗାଣ ସହାୟକ ଗୋପାଳ ହରି ଗ ଉଡ , ନିର୍ବାହୀ ଅଧିକାରୀ କିଶୋର ସେଠି,GRS ମୁନା ଜେନା, ଅତିରିକ୍ତ କମ୍ପୁଟର ପ୍ରୋଗ୍ରାମର ଅମେଶ ବେହେରା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଠିକ୍ ସେହିପରି ସରଧା ପୁରୁ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ କାଳୁଚରଣ ସ୍ବାଇଁ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି।