Wednesday, October 14, 2026
Home ଆଞ୍ଚଳିକ ଇଂରାଜୀ ଅଧ୍ୟାପକଙ୍କ ପିତୃ ବିୟୋଗ

ଇଂରାଜୀ ଅଧ୍ୟାପକଙ୍କ ପିତୃ ବିୟୋଗ

6

ଵେଲଗୁଣ୍ଠା,18/01, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଂଚଳିକ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କର ପିତା ତଥା ବେଣୀପଲୀ ପଞ୍ଚାୟତ କରାଗାଡିଆ ଗ୍ରାମର ବିଶିଷ୍ଟ ସମାଜସେବୀ, ଆଳୀୟ ଖଣ୍ଡାୟତ ସମାଜର ବରିଷ୍ଠ ସଦସ୍ୟ ଉଦୟ ମହାନ୍ତିଙ୍କର ହୃଦଘାତ ଯୋଗୁଁ 80 ବର୍ଷ ବୟସରେ ନିଜ ବାସ ଭବନରେ ପରଲୋକ ଘଟିଛି I ସ୍ଵର୍ଗତ ମହାନ୍ତିଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ଅଧ୍ୟାପକ ରାମଚନ୍ଦ୍ର ଏବଂ ସାନପୁଅ ଶିକ୍ଷକ ବସନ୍ତ,ସାନ ଭାଇ ପଞ୍ଚାନନଙ୍କ ସମେତ ଦୁଇ ବୋହୂ,ଝିଅ, ଜ୍ୱାଇଁ, ନାତି ନାତୁଣି ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ସ୍ଵର୍ଗତ ମହାନ୍ତି ଜଣେ ସରଳ, ନିଷ୍କପଟ, ଧର୍ମପରାୟଣ ତଥା କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିବା ବେଳେ ସେ ଗ୍ରାମ ତଥା ଅଞ୍ଚଳର ସାମାଜିକ,ଆଧ୍ୟାତ୍ମିକ,ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ I ସ୍ଥାନୀୟ ସରପଞ୍ଚ ଦୃର୍ଗାମାଧଵ ନାୟକଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ଲାଭ କରିବା ସହିତ ଅନ୍ତିମ ସଂସ୍କାରରେ ସହଯୋଗ କରିଥିଲେ । ଜ୍ଯେଷ୍ଠ ପୁତ୍ର ରାମଚନ୍ଦ୍ର ମୁଖାଗ୍ନି ଦେଇଥିଲେ ।