ଜିଲ୍ଲା ସ୍ତରୀୟ ରେଡ଼କ୍ରସ୍ ଶିବିର ଉଦଯାପିତ

17

ଧରାକୋଟ ,୧୮/୦୧(ଜିଲ୍ଲା ଖବର) : ଧରାକୋଟ ବ୍ଲକ ର ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତିନି ଦିନିଆ ରେଡ଼କ୍ରସ୍ ଶିବିର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧରାକୋଟ ତହସିଲ ଦାର ଲମ୍ବୋଦର ମାରାଣ୍ଡି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଧରାକୋଟ ବ୍ଲକ ବିଡ଼ିଓ ଡେନିସ ବେହେରା ମୂଖ୍ୟ ବକ୍ତା ରୂପେ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ଶୁବୁଧି, ଅଗ୍ନି ସମ‌‌‌ ବିଭାଗ ଅଧିକାରୀ ଚିତ୍ତରଞ୍ଜନ ସାହୁ, ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ପ୍ରମୁଖ ମଞ୍ଚାସିନ ରହିଥିଲେ।ଅନ୍ତିମ ଦିବସର କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ ପରିଚାଳନା କରିଥିଲେ। ଉଦଯାପନୀ ସମାରୋହରେ ଜିଲ୍ଲା ସ୍ତରରୁ ଆସିଥିବା ପାଞ୍ଚ ସହ ଦୁଇ ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ଦେଇ ପୁରସ୍କୃତ କରାଯାଇଥିବା ବେଳେ ବିଭିନ୍ନ ବିଷୟର ପ୍ରତିଯୋଗିତା ରେ ଭାଗ ନେଇ ଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ମେଡାଲ ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ମଞ୍ଚାସିନ ଅତିଥି ମାନେ ଶିକ୍ଷା ସହ ସେବାକୁ ବ୍ରତ ରୂପେ ଗ୍ରହଣ କରି ମାନବ ସେବାରେ ଜୀବନକୁ ଲଗାଇବା ପାଇଁ ମହତ୍ଵ ପୂର୍ଣ୍ଣ ଉପଦେଶ ଦେଇଥିଲେ। ଏହି ଶିବିରକୁ ଧରାକୋଟ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରୀୟ ରେଡ଼କ୍ରସ୍ ଶିବିରର ସଫଳ ଆୟୋଜନ ପାଇଁ ବ୍ଲକ ଶିକ୍ଷା ଅଧିକାରୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଓ ଶିକ୍ଷା ବିଭାଗର କର୍ମଚାରୀ ଙ୍କୁ ଜିଲ୍ଲା ସ୍ତରରୁ ଆସିଥିବା ପଦାଧିକାରୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି।