Sunday, October 11, 2026
Home ଜାତୀୟ ଓବିସି ବର୍ଗୀକରଣ ପ୍ରସଙ୍ଗର ପର୍ୟ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ୟ୍ୟକାଳ ୬ ମାସ ବୃଦ୍ଧି

ଓବିସି ବର୍ଗୀକରଣ ପ୍ରସଙ୍ଗର ପର୍ୟ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ୟ୍ୟକାଳ ୬ ମାସ ବୃଦ୍ଧି

13

ନୂଆଦିଲ୍ଲୀ; ଧାରା-୩୪୦ ଅନ୍ତର୍ଗତ ଓବିସିମାନଙ୍କର ବର୍ଗୀକରଣ ପ୍ରସଙ୍ଗର ପର୍ୟ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ୟ୍ୟକାଳ ଅବଧିକୁ ୩୧.୦୭.୨୦୨୦ ପର୍ୟ୍ୟନ୍ତ ୬ ମାସ ବୃଦ୍ଧି କରାଯାଇଛି । ଏନେଇ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି ।

ଏହି କମିସନ ଓବିସି କେନ୍ଦ୍ରୀୟ ସୂଚୀରେ ଥିବା ବିଭିନ୍ନ ତଥ୍ୟକୁ ପଢ଼ି ସେଥିରେ ରହିଥିବା ତ୍ରୁଟି ଓ ପୁନରାବୃତିକୁ ସୂଚାଇବ ଏବଂ ଆବଶ୍ୟକୀୟ ସଂଶୋଧନ ପାଇଁ ସୁପାରିସ କରିବ । ବର୍ତ୍ତମାନ ଓବିସି ସୂଚୀ ଅନ୍ତର୍ଗତ ଗୋଷ୍ଠୀ ଯେଉଁମାନେ କି ଏ ପର୍ୟ୍ୟନ୍ତ କେନ୍ଦ୍ର ସରକାରୀ ଚାକିରି ଓ ଭାରତ ସରକାରଙ୍କ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଡମିସନ ପାଇଁ ସଂରକ୍ଷଣ ସୁବିଧାରୁ ବଂଚିତ, ସେମାନେ ଏହି କମିସନର ସୁପାରିଶ ଅନୁଯାୟୀ ଲାଭ ପାଇବେ । ଏଥି ସହିତ କେନ୍ଦ୍ରୀୟ ଏସଇବିସି ସୂଚୀ ଅନ୍ତର୍ଗତ ଗୋଷ୍ଠୀର ଲୋକମାନେ ଯେଉଁମାନେ ଚାକିରି ବା ଆଡମିସନ କ୍ଷେତ୍ରରେ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣରୁ ବଂଚିତ ହେଉଛନ୍ତି, ସେମାନଙ୍କୁ ମଧ୍ୟ ଏହି ଲାଭ ମିଳିବ । କମିସନର ପ୍ରଶାସନିକ କାର୍ୟ୍ୟ ପାଇଁ ଆବଶ୍ୟକୀୟ ଅର୍ଥ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଯୋଗାଇବ ।