ପିତଳ ନାଗ ମୂର୍ତି ଉଦ୍ଧାର

3

ଧରାକୋଟ,୧୫/୧ : ଧରାକୋଟ ବ୍ଲକ ର ଜଗମୋହନ ପଞ୍ଚାୟତ ନିକଟରେ ବହି ଯାଇଥିବା ମଙ୍ଗଳ ପୁର କେନାଲ ମଧ୍ୟରୁ ମାଛ ଧରୁଥିବା ବେଳେ ଦଶ ଗୋଟି ପିତଳ ନାଗ ମୂର୍ତି ଜାଲରେ ପଡ଼ିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପ୍ରକାଶ ଯୋଗ୍ୟ ଜଗମୋହନ ଗ୍ରାମର ଗଣେଶ ସାହୁ ଓ ସଞ୍ଜୀବ ସେଠୀ କେନାଲ ରେ ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ଏକ କାଳୀନ ଦଶ ଗୋଟି ପିତଳ ନାଗ ମୂର୍ତି ଛନ୍ଦି ହୋଇ ଆସିଥିଲା । ଏହି ଘଟଣା ଗାଁ ରେ ଜଣାଇବା ପରେ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଥିବା । ଶେଷରେ ନବସାସନ ର ବ୍ରାହ୍ମଣ ମାନଙ୍କ ପରାମର୍ଶ କ୍ରମେ ପାଞ୍ଚ ଗୋଟି ନାଗ ମୂର୍ତି କୁ ଗଙ୍ଗା ପୁର ସ୍ଥିତ ପ୍ରସିଦ୍ଧ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ଓ ସାହାସପୁର ସ୍ଥିତ ପ୍ରସିଦ୍ଧ ଲୋକନାଥେସ୍ୱର ମନ୍ଦିର କୁ ପୂଜା ଅର୍ଚ୍ଚନା ପାଇଁ ପ୍ରଦାନ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।