ଆଞ୍ଚଳକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବୁଢ଼ାକେନ୍ଦୁ ଶିଳ୍ପତାଲିମ କେନ୍ଦ୍ରରେ “ଜାତୀୟ ଯୁବ ଦିବସ” ପାଳିତ

5

ବେଲଗୁଣ୍ଠା, ୧୨/୦୧, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ଏବଂ ରେଡ଼ ରିବନ୍ କ୍ଲବ ତରଫରୁ “ଜାତୀୟ ଯୁବ ଦିବସ” ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଘୁମୁସର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୁରୁଙ୍କ ପ୍ରତି ସମର୍ପଣ ଭାବ ନେଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ସାମିଲ ହେବାକୁ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଏଡ଼ସ ନିରାକରଣ ଓ ନିୟନ୍ତ୍ରଣ ଶାଖାର ନୋଡାଲ ଅଧିକାରୀ ହେମନ୍ତ କୁମାର ଦାସ ଉପସ୍ଥିତ ରହି ସ୍ବାମୀଜୀଙ୍କ ନୀତି ଆଦର୍ଶରେ ବିଦ୍ୟାର୍ଥୀ ମାନେ ଅନୁପ୍ରାଣିତ ହୋଇ ସତପଥରେ ଯାଇ ସାମାଜିକ ସଚେତନତା କାର୍ଯ୍ୟରେ ଉସର୍ଗିକୃତ ହେବାକୁ ପ୍ରେରଣା ଦେଇଥିଲେ । ତତ୍ ସହିତ ସମ୍ମାନିତ ଅତିଥି ଭାବେ ସନ୍ତୋଷ ରାଜୁ ଓ ଆଇ.ଟି.ସିଟି କାଉନସିଲର ଅର୍ଚ୍ଚନା ମ୍ୟାଡମ ମଞ୍ଚାସୀନ ଥିଲେ । ଯୁବ ରେଡକ୍ରସ୍ ଉପଦେଷ୍ଟା ଶୁଶାନ୍ତ କୁମାର ଲେଙ୍କା ସ୍ବାଗତ ଅଭିଭାଷଣ ଦେବା ସହ ଅତିଥିମାନଙ୍କ ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିଥିଲେ। ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା I ଯୁବ ରେଡ଼କ୍ରସ ଦ୍ବାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶିଶିର କୁମାର ସ୍ୱାଇଁ ,ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ରୁନୀବାଳା ତ୍ରିପାଠୀ,ଦେବେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଦିପୁ ଭୂୟାଁ, ପି ଦୀପକ ରାଓ, ମହେଶ୍ୱର ରାଉତ, ତ୍ରିନାଥ ବେହେରା , ବିଭୂତି ଭୂଷଣ ଗୌଡ଼ , ଭାରତୀ ବିଶ୍ଵାଳ, ଗଙ୍ଗାଧର ରଣା ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ରମେଶ ଚନ୍ଦ୍ର ବିଷୋୟୀ, ରାମ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯୁବ ରେଡକ୍ରସ୍ ସହଉପଦେଷ୍ଟା ସ୍ୱରୂପା ରାଣୀ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାର୍ଥିମାନଙ୍କ ଦ୍ଵାରା ସାମାଜିକ ସଚେତନମୂଳକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି କବିରଜପୁର ସ୍ଥିତ ବୁଢ଼ାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ ଅନୁଷ୍ଠାନ ସମ୍ପାଦକ ଚିତ୍ତ ରଂଜନ ରଥଙ୍କ ପୌରହିତ୍ୟରେ ସ୍ବାମୀ ବିବେକ ନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ଵାଳ ଉପସ୍ଥିତ ରହି ଜୀବନରେ ସଫଳ ହେବାକୁ ହେଲେ ସ୍ବାମୀଜୀଙ୍କ ଆଦର୍ଶମୂଲ୍ୟ ବୋଧକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ । ସହକାରୀ ତାଲିମ ଅଧିକାରୀ ସନ୍ତୋଷ କୁମାର ପାଢ଼ୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲାସ୍ଥାରୀୟ ଆଞ୍ଚଳିକ ଇ.ଟି.ଆଇ ଫେଷ୍ଟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ରମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତାଲିମ କେନ୍ଦ୍ରର କର୍ମଚାରୀ ସୁଶାନ୍ତ କୁମାର ଗୌଡ଼ , ମଙ୍ଗୁଳୁ ସ୍ୱାଇଁ , ବିଶ୍ଵ ନାଥ ସିଅଙ୍କ ସମେତ ସମସ୍ତ ତାଲିମ ଛାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସହକାରୀ ତାଲିମ ଅଧିକାରୀ ସୁରେଶ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।