ଧରାକୋଟ ବ୍ଲକରେ ଅର୍ପଣ ରଥ ପରିକ୍ରମା

1

ଧରାକୋଟ,୧୧/୦୧(ଜିଲ୍ଲା ଖବର) : ଭାବ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଶହ ଶହ ଶ୍ରଦ୍ଧାଳୁ ଙ୍କ ଗ୍ରହଣରେ ଆଜି ଧରାକୋଟ ବ୍ଲକର ଢଉଗାଁ, ଝରପାରି, ସିଙ୍ଗି ପୁର, ବଳରାମ ପୁର ସାବା ଓ ଧରାକୋଟ ପଞ୍ଚାୟତ ରେ ଜଗନ୍ନାଥ ଅର୍ପଣ ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ରାଜଜେମା ଶାନ୍ତିପ୍ରିୟା ଗୀତାଞ୍ଜଳି, ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର , ଜିଲ୍ଲା ବି ଜେ ଡି ଉପ ସଭାପତି ରବୀନ୍ଦ୍ର ଘୋଷ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଲବନ୍ତ ସିଂ, ସରପଞ୍ଚ ପୁନିଆ ଦାସ ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ ,ବି ଡି ଓ ଡେନିସ ବେହେରା ଙ୍କ ସମେତ ସମସ୍ତ ସରପଞ୍ଚ,ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଘରୁ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଥିଲା । ଘଣ୍ଟ , ଘଣ୍ଟା, ତାଳ,ମୃଦଙ୍ଗ ଓ ଶଙ୍ଖ ଧ୍ଵନି ସହ ମା ମାନଙ୍କ ହୁଳହୁଳି ଶବ୍ଦରେ ସବୁଠି ଜଗନ୍ନାଥ ମୟ ପରିବେଶ ସୃଷ୍ଟି ହୋଇଥିଲା । ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଅଶୋକ କୁମାର ସେଠୀ,ଗ୍ରାମ ରୋଜଗାର ସେବକ ଗୋପାଳ ହରି ଗୌଡ଼ , ବ୍ୟାଙ୍କମିତ୍ର ସଂଯୁକ୍ତା ପଟନାୟକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା,ସି ଆର ପି ଓ ଗ୍ରାମବାସୀ ମାନେ ଏଥିରେ ସହଯୋଗ ପ୍ରଦାନ କରିଥିଲେ।