Sunday, October 11, 2026
Home ଜାତୀୟ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ମତବିନିମୟ କରିବେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ମତବିନିମୟ କରିବେ ପ୍ରଧାନମନ୍ତ୍ରୀ

18

• ଆଦିବାସୀ କଳାକାର, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ କଳାକାରଙ୍କ ସହ ଆଟ ହୋମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁଆରୀ ୨୪, ୨୦୨୦ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୦ ବିଜେତା ୪୯ ଜଣ ଶିଶୁଙ୍କୁ ଭେଟିବା ସହ ସେମାନଙ୍କ ସହିତ ମତବିନିମୟ କରିବେ । ବିଭିନ୍ନ ରାଜ୍ୟର ଏହି ୪୯ଜଣ ପୁରସ୍କାର ବିଜେତାଙ୍କ ମଧ୍ୟରେ ଜମ୍ମୁ ଓ କଶ୍ମୀର, ମଣିପୁର ଓ ଅରୁଣାଚଳ ପ୍ରଦେଶର ଜଣେ ଲେଖାଏଁ ଶିଶୁ ରହିଛନ୍ତି । କଳା ଓ ସଂସ୍କୃତି, ନବୋନ୍ମେଷ, ମେଧା, ସମାଜସେବା, କ୍ରୀଡ଼ା ଓ ସାହସିକତା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଏହି ଶିଶୁମାନେ ପୁରସ୍କାର ହାସଲ କରିଛନ୍ତି । ଭାରତ ସରକାର ରାଷ୍ଟ୍ର ନିର୍ମାଣରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଶିଶୁମାନଙ୍କୁ ଗ୍ରହଣ କରିଥାନ୍ତି । ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ଉପଲବ୍ଧି ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ଶିଶୁ ଅମୂଲ୍ୟ ହୋଇଥିବାରୁ ତା’ର ଉପଲବ୍ଧିକୁ ସମ୍ମାନିତ କରାଯିବାର ଆବଶ୍ୟକତା ରହିଛି । ଏପରି କେତେକ ଅଛନ୍ତି ଯେଉଁମାନଙ୍କ ଉପଲବ୍ଧି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାଏ ।

ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ଆମ ଶିଶୁମାନଙ୍କର ଉଲ୍ଲେଖନୀୟ ଉପଲବ୍ଧି ପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଉଛି । ନବୋନ୍ମେଷ, ଶିକ୍ଷା, ସମାଜସେବା, କଳା ଓ ସଂସ୍କୃତି, କ୍ରୀଡ଼ା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଥିବା ଯେକୌଣସି ଶିଶୁ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ । ସେହିପରି ଅନ୍ୟ କେହି ବ୍ୟକ୍ତି ଯିଏକି ଜଣେ ଶିଶୁର ମେଧାବୀ ଉପଲବ୍ଧି ବିଷୟରେ ଜାଣନ୍ତି ସେ ମଧ୍ୟ ଏହି ପୁରସ୍କାର ପାଇଁ ଶିଶୁର ନାମ ସୁପାରିସ କରିପାରିବେ । ପ୍ରତ୍ୟେକ ଆବେଦନକୁ ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିବା ପରେ ଏକ ଉଚ୍ଚସ୍ତରୀୟ ସମିତି ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରିଥାଏ । ଗତକାଲି, ଜାନୁଆରୀ ୨୨, ୨୦୨୦ରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଥିଲେ । ଆଦିବାସୀ କଳାକାର, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ କଳାକାରଙ୍କ ସହ ଆଟ ହୋମ କାର୍ୟ୍ୟକ୍ରମ ଏହାଛଡ଼ା ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଥିବା ୧୭୩୦ ଜଣ ଆଦିବାସୀ କଳାକାର, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ କଳାକାରଙ୍କ ସହ ପ୍ରଧାନମନ୍ତ୍ରୀ ୨୪ ଜାନୁଆରୀ, ୨୦୨୦ରେ ଅନୁଷ୍ଠିତ ଆଟହୋମ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ ।