ନବୀନ କାର୍ଡ ସଚେତନତା ରଥର ଶୁଭାରମ୍ଭ

21

ଧରାକୋଟ ,୧୦/୦୧(ଜିଲ୍ଲା ଖବର) : ରାଜ୍ୟର ସମସ୍ତ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ଯୁଗାନ୍ତକାରୀ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଘୋଷଣା ପ୍ରତିଟି ଜୀବନ ମୂଲ୍ୟବାନ । ଏଥିପାଇଁ ଆରମ୍ଭ କରାଯାଇଛି ବି ଏସ କେ ୱାଇ କାର୍ଡ । ଏହା ଦ୍ବାରା ରାଜ୍ୟର ଲକ୍ଷ ଲକ୍ଷ ଲୋକ ମାଗଣାରେ ବିଭିନ୍ନ ହସ୍ପିଟାଲ ରେ ସ୍ଵାସ୍ଥ୍ୟ ସେବା ପାଇପାରୁଛନ୍ତି। ସଂପ୍ରତି ଏହି ଯୋଜନାରୁ ବାଦ ପଡ଼ିଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ବି ଏସ କେ ୱାଈ ନବୀନ କାର୍ଡ । ଏହି ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା ସୃଷ୍ଟି କରାଇବା ପାଇଁ ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ଏକ ରଥର ଶୁଭାରମ୍ଭ ହୋଇଛି । ଏହି ରଥକୁ ଏ ବି ଡି ଓ ସୁଶିଲ ପଟନାୟକ ଓ ଯୋଗାଣ ନିରୀକ୍ଷକ ସଞ୍ଜୟ ମଲିକ ମିଳିତ ଭାବେ ଉଦ୍ଘାଟନ କରିଥିବା ବେଳେ ଏହାର ଆଭିମୁଖ୍ୟ ସମ୍ପର୍କରେ ବିଭାଗୀୟ କର୍ମଚାରୀ ରଶ୍ମୀ ରାଣୀ ପ୍ରଧାନ ସୂଚନା ପ୍ରଦାନ କରିଥିଲେ । ବ୍ଲକର ଅଠର ଗୋଟି ପଞ୍ଚାୟତରେ ଏହି ରଥ ପରିକ୍ରମା କରି ବି ଏସ କେ ୱାଇ ଯୋଜନାରୁ ବାଦ ପଡ଼ିଥିବା ଲୋକଙ୍କୁ ସଚେତନ କରାଇବ । ଏହି ଯୋଜନାରେ ପ୍ରତି ପରିବାର ପାଇଁ ବାର୍ଷିକ ପାଞ୍ଚ ଲକ୍ଷ ଓ ମହିଳା ସଦସ୍ୟ ମାନଙ୍କ ପାଇଁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ ମୁକ୍ତ ଚିକିତ୍ସା ସୁବିଧା ରହିଛି। ଯୋଜନାରେ ସାମିଲ ହେବା ପାଇଁ ଆସନ୍ତା ଷୋହଳ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟ ସୀମା ଘୋଷଣା କରାଯାଇଛି। ଏହି କାର୍ଡ ଆସନ୍ତା ମେ ମାସ ପହିଲାରୁ କାର୍ଯ୍ୟ କରିବ ବୋଲି ସୁଚନା ମିଳିଛି ।