Wednesday, October 14, 2026
Home ଆଞ୍ଚଳିକ ମୁଣ୍ଡମରାଇ ରେ ବି ଜେ ପି ର ସାଂଗଠାନିକ ବୈଠକ

ମୁଣ୍ଡମରାଇ ରେ ବି ଜେ ପି ର ସାଂଗଠାନିକ ବୈଠକ

8

ଧରାକୋଟ,୪/୦୧(ଜିଲ୍ଲା ଖବର) : ଧରାକୋଟ ମଣ୍ଡଳ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ନିକଟସ୍ଥ ମୁଣ୍ଡମରାଇ ସ୍ଥିତ କୋଠାରୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ବି ଜେ ପି ର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଦୂର୍ଗା ଚରଣ ପଟ୍ଟନାୟକ,,ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗଦାଧର ସ୍ୱାଇଁ,ଆସିକା ଲୋକସଭା ପ୍ରଭାରୀ ସନ୍ତୋଷ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ମଣ୍ଡଳର ଅନ୍ତର୍ଗତ ପାଞ୍ଚ ଗୋଟି ପଞ୍ଚାୟତ ଯଥା ଧରାକୋଟ, ମୁଣ୍ଡମରାଇ, ସରଧାପୁର, ଢଉଗାଁ ଓ ଗୋଲା ଦାମୋଦର ପଲ୍ଲୀ ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ମାନେ ଏଥିରେ ଯୋଗଦେଇ ମଣ୍ଡଳ ସ୍ତରରେ କିପରି ବୁଥ ସ୍ତରରୁ ସଂଗଠନ ମଜବୁତ୍ ହେବ ତାହା ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ଦେଶର ବିକାଶ ଶିଖରରେ ପହଞ୍ଚିବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ ସହାୟକ ଯୋଜନା ସବୁକୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରିବା ସହିତ ଲାଭାର୍ଥି ମାନଙ୍କୁ ଦଳ ସପକ୍ଷରେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିବା ପାଇଁ ବରିଷ୍ଠ ନେତା ବିଜୟ ସ୍ୱାଇଁ ମାର୍ଗ ଦର୍ଶନ ଦେଇଥିଲେ । ଧରାକୋଟ ମଣ୍ଡଳ ସଭାପତି u ପାପା ରାଓ, ଅଶୋକ ନାୟକ , ପାଣ୍ତବ ରାଉତ,ମାନସ ନାୟକ ଓ ମୁନା ପ୍ରଧାନ ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।