ନ୍ୟାସନାଲ କବାଡି ଟୁର୍ଣ୍ଣାମେଣ୍ଟରେ ଭାଗ ନେଲା ଓଡ଼ିଶା

50

ପାତ୍ରପୁର, ୫/୧ (ଜିଲ୍ଲା ଖବର) : ତେଲେଙ୍ଗାନା ରାଜ୍ୟ ସ୍ଥିତ କାମାରେଡ୍ଡୀ ଠାରେ ଆୟୋଜିତ ଅଣ୍ଡର ସେଭେଣ୍ଟିନ ବାଳକ ବିଭାଗ କବାଡି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି ଓଡ଼ିଶା ଦଳ । ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ କଲେଜରୁ ବଛା ବଛା ୧୨ ଜଣ ଖେଳାଳି ଏଥିରେ ଭାଗ ନେଇଥିବା ହେତୁ ରାଜ୍ୟ ପାଇଁ ଏହା ଗର୍ବର ବିଷୟ ବୋଲି କ୍ରୀଡା ପ୍ରେମୀ ମାନେ ମତ ପ୍ରକାଶ କରିଛନ୍ତି । ସ୍କୁଲ ଗେମ୍ ଫେଡେରସନ୍ ଅଫ୍ ଇଣ୍ଡିଆ ଦ୍ଵାରା ପରିଚାଳିତ ଏହି ପ୍ରତିଯୋଗିତା ଆସନ୍ତା ସାତ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପାତ୍ରପୁର ବ୍ଳକ ସ୍ଥିତ ସୁରଙ୍ଗି ଶ୍ରୀ ଶ୍ୟାମ ସୁନ୍ଦର ନୋଡାଲ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଶ୍ରୀକର କୁମାର ମାଝୀ କୋଚ ଭାବେ ଯାଇଥିବା ବେଳେ ମ୍ୟାନେଜର ଭାବେ ଫୁଲବଣୀ ସରକାରୀ ହାଇସ୍କୁଲ ବାଲେଶ୍ଵରର କ୍ରୀଡା ଶିକ୍ଷକ ତାରାପଦ ସେଠୀ ସାମିଲ ଅଛନ୍ତି । ପୁରୀ ଜିଲ୍ଲା ସ୍କୁଲ ଠାରେ ତିନି ଦିନ ଅଭ୍ୟାସ କେମ୍ପ ସାରି ଗୁରୁବାର ସନ୍ଧ୍ୟାରୁ ଏହି ଖେଳାଳି ମାନଙ୍କୁ କବାଡି ପ୍ରେମୀ ମାନେ ବିଦାୟ ଦେଇଛନ୍ତି ।