ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟର ୧୯୭୭ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ

69

ଧରାକୋଟ,୩/୧(ଜିଲ୍ଲା ଖବର) : ବନ୍ଧୁତ୍ଵର ପରିଭାଷା ଓ ସମ୍ପର୍କ ଯୁଗେ ଯୁଗେ ଚିର ଓ ଶାଶ୍ବତ । ତେଣୁ ବନ୍ଧୁର ମିଳନର ଆବଶ୍ୟକତା ସବୁବେଳେ ସ୍ମରଣୀୟ। ସଂପ୍ରତି ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ୧୯୭୭ ମ୍ୟାଟ୍ରିକ ବ୍ୟାଚ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ, ବକ୍ସି ପଲ୍ଲୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୁରାତନ ଛାତ୍ର ଶରତ ଚନ୍ଦ୍ର ମହାପାତ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପାଦ ପଦ୍ମରେ ପୂଜନ କରିବା ପରେ ଏକ ବୈଠକ ର ଆୟୋଜନ କରାଯାଇଥିଲା। ଏଥିରେ
ଦିବଂଗତ ଶିକ୍ଷକ ଓ ସହପାଠୀଙ୍କ ଅମର ଆତ୍ମା ର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ୪୬ ବର୍ଷ ପରେ ଏଭଳି ମିଳନର ଏକ ଅପୂର୍ବ ଆନନ୍ଦ ବେଶ ଉପଭୋଗ୍ୟ ହେବା ସହ ସମସ୍ତଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ର ସୁଯୋଗ ସୃଷ୍ଟି କରିଥିଲା । ପୁରାତନ ବର୍ଷ ୨୦୨୩ କୁ ବିଦାୟ ଓ ନୂତନ ବର୍ଷ ୨୦୨୪ କୁ ସ୍ବାଗତ କରି ସମସ୍ତ ଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇ ଥିଲା। ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରି ପରସ୍ପର ମଧ୍ୟରେ ଭାବ ବ୍ୟକ୍ତ କରିବାକୁ ସମସ୍ତେ ମତ ରଖି ଥିଲେ।