ଶାନ୍ତିଝର ରେ ପର୍ଯ୍ୟଟକଙ୍କ ଭିଡ ଜମିଲା

9

ଧରାକୋଟ : ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡ ନିକଟରେ ଅବସ୍ଥିତ ଅପରୂପ ଶୋଭାରାଜିରେ ପରିପୂର୍ଣ ଶାନ୍ତିଝର ପୀଠ । ଶାନ୍ତ କାନ୍ତ ପରିବେଶ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ,ଭଳିକି ଭଳି ବୃକ୍ଷ ରଜିରେ ପରିପୂର୍ଣ ଏହାର ପ୍ରାକୃତିକ ପରିବେଶ । । ସମ୍ପୂର୍ଣ ଜଂଗଲୀ ପରିବେଶରେ ଥିବା ଏହି ସ୍ଥାନର ନିମ୍ନ ଦେଶରେ ରହିଛି ମା କଠୁଳିଆ ଙ୍କ ମନ୍ଦିର। ମଧ୍ୟ ଭାଗରେ ମା ରାଜ ରାଜ ଗଡ଼ଚଣ୍ଡି ଙ୍କ ବାସସ୍ଥଳୀ ଏବଂ ସବା ଉପରେ ହନୁମାନ ବାଟିକା। । ବଣ ଭୋଜି ପାଇଁ ମଝିରେ ମଝିରେ ପିଣ୍ଡି ଓ ପାଇପ ଲାଇନ ଦ୍ଵାରା ଜଳ ନିମ୍ନ ଭାଗକୁ ଅଣାଯାଇଥିବା ଯୋଗୁଁ ଏହା ରୋଷେଇ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। ବର୍ଷର ଶେଷ ଦିନ ହୋଇଥିବାରୁ ପିକନିକ ର ମଜା ନେବାପାଇଁ ଏଠାରେ ଲୋକ ବେଶ ଭିଡ ଜମାଇଥିଲେ। ବଣ ଭୋଜି ସାଙ୍ଗକୁ ଭ୍ରମଣ ର ମଜା, ଦେବ ଦେବୀ ଦର୍ଶନ ଓ ଛୋଟ ଛୋଟ ପିଲା ମାନଙ୍କ ପାଇଁ ରହିଛି ଶିଶୁ ଉଦ୍ୟାନ ।ଝରଣା ରେ ଗାଧୋଇବା ସାଙ୍ଗକୁ ଶାନ୍ତି ର ସହକାରେ ଠାକୁରଙ୍କ ନିକଟରେ ସମୟ କଟାଇବା ପାଇଁ ଦୂର ଦୁରାନ୍ତରୁ ଲୋକେ ଏଠାକୁ ଆସିଥିବା ଦେଖାଯାଇଥିଲା । ବର୍ଷର ଶେଷ ଦିନରେ ଶହ ଶହ ଲୋକ ବଣ ଭୋଜି ପାଇଁ ଏଠାରେ ଭିଡ ଜମାଇଥିଲେ। ବେଶ କୋଳାହଳ ମୟ ହୋଇଉଠିଥିଲା ଏଠାକାର ପରିବେଶ । ଏତେ ସବୁ ଆମୋଦ ପ୍ରମୋଦ ସୁବିଧା ରହିଥିଲେ ମଧ୍ୟ ସରକାରଙ୍କ ଶୁଭଦୃଷ୍ଟି ଏହି ସ୍ଥାନ ଉପରେ ପଡ଼ିନାହିଁ । ଯାହା ଫଳରେ ଏହାର ପାରିପାର୍ଶ୍ବିକ ବିକାଶ ହୋଇପାରିନାହିଁ । କଲ୍ୟାଣ ମଣ୍ଡପ, ବିଶ୍ରାମଗାର, ଶୌଚାଳୟ ସାଙ୍ଗକୁ ରାସ୍ତା ନିର୍ମାଣ ଶାନ୍ତିଝର ପାଇଁ ଜରୁରୀ ହୋଇପଡିଛି। ଯାହା ଫଳରେ ଧରାକୋଟ ଅଞ୍ଚଳର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଯେପରି ଉନ୍ନତି ହେବାକଥା ତାହା ହୋଇପାରୁନାହିଁ । ପ୍ରଶାସନ ତରଫରୁ ଶାନ୍ତିଝରର ଉନ୍ନତି ପାଇଁ ପଦକ୍ଷେପ ନିଆଗଲେ ଏହାର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହେବାସହ ଅଧିକ ଆକର୍ଷଣୀୟ ହେବ ଏବଂ ବହୁ ପର୍ଯ୍ୟଟକଙ୍କ ଭିଡ ଜମିବ ।