ଶ୍ରୀ ରାମ ଜନ୍ମ ଭୂମି ଲୋକାର୍ପଣ ଉତ୍ସବ ପାଇଁ ଆମନ୍ତ୍ରଣ

7

ଧରାକୋଟ,୩୦/୧୨ : ଧରାକୋଟ ବ୍ଲକର ମୁଣ୍ଡମରାଇ ଗ୍ରାମବାସୀ ଙ୍କ ତରଫରୁ ଏକ ବିଶାଳ ଶୋଭାଯାତ୍ରାରେ ଅଯୋଧ୍ୟାରୁ ଆସିଥିବା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଫଟୋଚିତ୍ର ,ଆମନ୍ତ୍ରଣ ପତ୍ର ଓ ଅକ୍ଷତ ଆସିକା ରୁ ଅଣାଯିବା ପରେ ମୁଣ୍ଡମରାଇ ବସଷ୍ଟାଣ୍ଡ ନିକଟରୁ ଶ୍ରୀ ରଘୁନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା । ଅଯୋଧ୍ୟା ରେ ଆସନ୍ତା ଜାନୁଆରୀ 22 ତାରିଖ ଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ଲୋକାର୍ପଣ ହେବାକୁ ଯାଉଛି। ଏହି ଉତ୍ସବରେ ଧରାକୋଟ ବ୍ଲକର 12000 ଲୋକ ଯୋଗଦେବାପାଇଁ ଆମନ୍ତ୍ରଣ ପତ୍ର ପହଞ୍ଚିଛି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କର୍ମକର୍ତ୍ତା ଓ ସ୍ୱୟଂ ସେବକ ରଜନୀକାନ୍ତ ସାହୁ, ସୁଶିଲ କୁମାର ବେହେରା,ଦୀନବନ୍ଧୁ ମହାରଣା,ପ୍ରକାଶ ଚନ୍ଦ୍ର ସାହୁ,ଗୌତମ ପାତ୍ର,ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ଦିବ୍ୟ ଜୀବନ ସଂଘ ର p ତ୍ରିନାଥ ପାତ୍ର,u ନଗେସ୍ୱର ରାଓ ପାତ୍ର ଙ୍କ ସମେତ ଗ୍ରାମବାସୀ ମାନେ ଏଥିରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ମା ମାନଙ୍କ ଦ୍ଵାରା ଏହି ଆମନ୍ତ୍ରଣ ସାମଗ୍ରୀକୁ ବନ୍ଦାପନା କରାଯାଇ ମନ୍ଦିରରେ ଅବସ୍ଥାପିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଫଟୋ ଚିତ୍ର,ଅକ୍ଷତ ଓ ଆମନ୍ତ୍ରଣ ପତ୍ର କୁ ବିଭିନ୍ନ ଗ୍ରାମକୁ ପଠାଯାଇ ଘରକୁ ଘର ବଣ୍ଟାଯିବ । ଆସନ୍ତା ଜାନୁଆରୀ 22 ତାରିଖ ଦିନ ଅଞ୍ଚଳର ରଘୁନାଥ ମନ୍ଦିର ଓ ରାମ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ଏହି ଭବ୍ୟ ଉତ୍ସବକୁ ସ୍ବାଗତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।