Wednesday, October 14, 2026
Home ଆଞ୍ଚଳିକ ବି ଜେ ପି ର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ବି ଜେ ପି ର କାର୍ଯ୍ୟକର୍ତ୍ତା ସମ୍ମିଳନୀ

3

ଧରାକୋଟ ୩୦/୧୨ : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର ମାଣିକ ପୁର ମଣ୍ଡଳର ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ସମ୍ମିଳନୀ ନିକଟସ୍ଥ ତେଲିଆ ଠାକୁରାଣୀ ଙ୍କ ପୀଠରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ବିଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଭାରୀ ଦୁର୍ଗାଚରଣ ପଟ୍ଟନାୟକ ଓ ଜିଲ୍ଲା ବିସ୍ତାରକ ସନ୍ତୋଷ ବିଶ୍ଵାଳ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ ବିକାଶ ଯୋଜନା ଓ ରାଷ୍ଟ୍ର ବିକାଶରେ ତାଙ୍କର ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ମଣ୍ଡଳ ସଭାପତି ଅଶୋକ ନାୟକ,u ପାପା ରାଓ,କାଳୁ ସ୍ୱାଇଁ, ବୁଧିଆ ନାୟକ,ମାନସ ନାୟକ,ମିଥୁନ ପ୍ରଧାନ,ରୁପି ପ୍ରଧାନ ଓ ଅବିନାଶ ସେଠୀ ଙ୍କ ସମେତ ପ୍ରାୟ ପାଞ୍ଚ ଶହରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକର ସଫଳ ରୂପାୟନ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ଶପଥ ନେଇଥିଲେ।