
ନୂଆଦିଲ୍ଲୀ ; ନବଜାତ ଶିଶୁ ଯତ୍ନ କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗ ଲାଗି ବ୍ରାଜିଲର ନାଗରିକତା ମନ୍ତ୍ରଣାଳୟ ଏବଂ ଭାରତର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ବୁଝାମଣାକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଲାଭ-ଏହି ବୁଝାମଣା ଦ୍ଵାରା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ଵ ଆହୁରି ସୁଦୃଢ ହେବା ସହିତ ନବଜାତ ଶିଶୁମାନଙ୍କ ଯତ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ । ଉଭୟ ଦେଶ ଏହି କ୍ଷେତ୍ରରେ ସମ୍ପୃକ୍ତ ଦେଶର ଶ୍ରେଷ୍ଠ ପ୍ରଚାଳନ ବିନିମୟ ଦ୍ଵାରା ଲାଭାନ୍ଵିତ ହୋଇପାରିବେ ।



