Monday, October 12, 2026
Home ଆଞ୍ଚଳିକ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି

ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି

19

ପାରଳାଖେମୁଣ୍ଡି (ଜିଲ୍ଲା ଖବର) ; ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଳକ ଅନ୍ତର୍ଗତ ଆବାର ସିଂ ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଜନ -ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଅଞ୍ଚଳ ବାସୀଙ୍କ ଅଭିଯୋଗ ଗୋଡିକର ଶୁଣାଣୀ କରିଥିଲେ। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୧୦୩ ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ୫୯ ଟି ବ୍ୟକ୍ତିଗତ ଏବଂ ୪୪ଟି ସାମୁହିକ ତଥା ଗ୍ରାମ୍ୟ ସ୍ତରର ଅଭିଯୋଗ ସବୁ ଥିଲା। ଏହି କାର୍ଯ୍ୟକ୍ରମ ସ୍ଥଳରେ ମୋଟ ୧୧ଗୋଟି ଅଭିଯୋଗ ସମାଧାନ କରାଯାଇଥିଲା।

ମୁଖ୍ୟତ ୫ ଗୋଟି ଆବେଦନ ଉପରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଟ ୬୫ ହଜାର ଟଙ୍କା ପ୍ରଦାନ କରିଥିଲେ ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବିଡିଓ ପ୍ରଦୀପ କୁମାର ନାୟକ ଯୋଗଦେଇ ପାରମ୍ପରିକ ସୂଚନା ପ୍ରଦାନ କରିଥିଲେ ଆର. ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ଅମିତା ମଣ୍ଡଳ, ତହସିଲଦାର ସ୍କୃତି ରଞନ ଶତପଥୀ, ଆବାର ସିଂ ଗ୍ରାମର ସରପଞ୍ଚ ଜାନକୀ ଦେବୀଙ୍କ ସମେତ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏହି ଯୁଗ୍ମ ଜନ – ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ମଧ୍ଯ ଉପସ୍ଥିତ ଥିଲେ।

ରିପୋର୍ଟ ; ପ୍ରଭାତ ପାତ୍ର