
ଭଞ୍ଜନଗର(ଜିଲ୍ଲା ଖବର) : ତା-୨୧.୦୧.୨୦୨୦ରିଖ ଗାଲେରୀ ପୂର୍ବତନ ବୋର୍ଡ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ମୂଖ୍ୟଅତିଥି ରୂପେ ଭଞ୍ଜନଗର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ବିରେନ୍ଦ୍ର କୁମାର ଗୌଡ଼ ଯୋଗଦେଇ କହିଥିଲେ ଯେ ବର୍ତ୍ତମାନର ପ୍ରାଥମିକ ଶିକ୍ଷାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ପିତା ମାତା ଓ ଅଭିଭାବକଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୂଖ୍ୟ ବକ୍ତା ଭାବରେ ପୂର୍ବତନ କ୍ଲଷ୍ଟର୍ ସଂଯୋଯକ ଶ୍ରୀ ସଞ୍ଜୟ କୋଠିଆ ବିଦ୍ୟାଳୟର ଉନ୍ନତି ଦିଗରେ ଅଭିଭାବକଙ୍କ ସହଯୋଗ ଆବଶ୍ୟକତା ରହିଛି ବୋଲି କହିଥିଲେ। ତତସହିତ ସମ୍ମାନୀୟ ଅତିଥି ଭାବରେ ଗାଲେରୀ କ୍ଲଷ୍ଟର୍ ସଂଯୋଯକ ଶ୍ରୀ ଭାସ୍କର ନାୟକ ,ଢେପସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଦାମ ଦଳବେହେରା, ଗାଲେରୀ ହରିଜନ ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋକୁଳ ମଳିକ,ଗାଲେରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କେଦାର ନାଥ ଗୌଡ଼ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉନ୍ନତି କାମନା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ କ୍ରିଷ୍ଣା ଷଡ଼ଙ୍ଗୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟାନ୍ୟ ସଭ୍ୟସଭ୍ୟା ଓ ଅଭିଭାବକ ମାନେ ସହଯୋଗ କରିଥିଲେ ।
ରିପୋର୍ଟର ରତ୍ନାକର ସିଅ



