Sunday, October 11, 2026
Home ଆଞ୍ଚଳିକ ମା’ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ।

ମା’ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ।

117


ଆସିିିକା (ଜିଲ୍ଲା ଖବର) : ଆସିକା ବ୍ଳକ ହରିଡାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳି ଉଚ୍ଚ ବିଦ୍ୟାଳୟ ର ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଆସିକା ଷ୍ଟେଟବ୍ୟାଙ୍କ ମେନେଜର(ADB) ଶ୍ରୀମତୀ ମମତା ଦାସଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ।ଏହି ଗ୍ରାମର ଆରାଧ୍ୟ ଦେବତା ମା ରତ୍ନମାଳିଙ୍କ ପୀଠରେ ପ୍ରଧାନ ଶିକ୍ଷକ ଶ୍ରୀ ତାରାପ୍ରସାଦ ମିଶ୍ର ପୂଜାର୍ଚ୍ଚନା କରି ମଶାଲ୍ ଜଣାଇଥିଲେ ଏହାପରେ ସମସ୍ତ ଶିକ୍ଷକ,କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଏହି ମସାଲ୍ ଧରି ବିଦ୍ୟାଳୟ ଖେଳପଡିଆକୁ ଯାଇଥିଲେ।ସେଠାରେ Sports flag ଉତ୍ତୋଳନ ହେବାପରେ ସମସ୍ତ ଛାତ୍ରଛାତ୍ରୀ ଶପଥପାଠ କରିଥିଲେ।ଏହାପରେ ଶ୍ରୀମତୀ ମମତା ଦାସ ରିବନ୍ କାଟି ଏହି ଉତ୍ସବ ର ଉଦଘାଟନ କରିଥିଲେ।ଦୁଇ ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ ଦୌଡ,ଲମ୍ବଡିଆଁ,ଉଚ୍ଚଡିଆଁ,ଜାଭଲିନ୍ ଥ୍ରୋ,ମ୍ୟୁଜିକ ଚେୟାର,ସଟଫୁଟ୍,ଖୋଖୋ,କବାଡିଭଳି ଖେଳ ଅନୁଷ୍ଠିତ ହେବା କଥା କ୍ରୀଡା ଶିକ୍ଷକ ଶ୍ରୀ ପାଣ୍ଡବ ଗୌଡ କହିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ସଭାପତି ଗଜପତି ନାହାକ,ଚନ୍ଦ୍ର ଶେଖର ରେଡ୍ଡି,ଓକିଲ ବିଷୋୟି,ରଶ୍ମିତା ମହାପାତ୍ର, ଗୋବିନ୍ଦ ପରିଡା, ପାଣ୍ଡବେଶ୍ୱର ଜେନା, ଶଶିଭୂଷଣ ସାହୁ, ପାଣ୍ଡବ ଗୌଡ, ଯୁଧିଷ୍ଠିର ସାହୁ,ମହନ୍ତର ସାହୁ, ବୁଲୁ ସେଠୀ, ସନି ଜେନା, ସମେତ ମଣ୍ଟାପଡା ଗ୍ରାମର ବହୁବ୍ୟକ୍ତି ଯୋଗଦେଇଥିଲେ ।

ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର