ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

9

ଗୁଣପୁର,୨୦/୧୨ : ସମନ୍ଵିତ ଯୁବ ବିକାଶ ଯୋଜନା ଅଧିନରେ ଅନୁଷ୍ଠିତ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା କାର୍ଯ୍ୟକ୍ରମର ସପ୍ତମ ଦିନରେ ଗୁଣପୁର ମହାବିଦ୍ୟାଳୟ,ଗୁଣପୁର ପରିସରରେ ଏକ ସ୍ୱେଛାକୃତ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗୁଣପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବପ୍ରସାଦ ଗୌଡ଼ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସ୍ଵସ୍ତିକ ଜମାଦାର ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସୁଜାତା ଗମାଙ୍ଗଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱେଛାକୃତ ରକ୍ତ ଦାନ ନୂଆ-ଓ କାର୍ଯ୍ୟକ୍ରମର ସାମାଜିକ ଗତିବିଧିର ଏକ ଅଂଶ ବିଶେଷ ଥିଲା । ଅପରାହ୍ଣରେ ଗୁଣପୁର ଅଗ୍ନିଶମ ବିଭାଗ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ବ୍ୟାବହାରିକ ଭାବରେ ବିପର୍ଯ୍ୟୟ ଓ ଏହାର ପ୍ରଶମନ ସଂପର୍କରେ ସୂଚନା ପ୍ରଦାନ କରଯାଇଥିଲ । ଆକସ୍ମିକ ଦୁର୍ଘଟଣା ଓ ଏହାର ସଫଳ ମୁକାବିଲା ପାଇଁ ଗୁଣପୁର ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ଗୌଡ଼ ଛାତ୍ର ଓ ଛାତ୍ରୀଙ୍କୁ ବିଭନ୍ନ କୌଶଳ ସଂପର୍କରେ ଶିକ୍ଷାଦାନ କରିଥିଲେ । ଏହା ସହିତ ସୃଜନାତ୍ମକ ଲିଖନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଓ ନୋଡାଲ ଅଫିସର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।