
ଆସିକା (ଜିଲ୍ଲା ଖବର) : କୃଷକ ଭବନ ଆସିକା ଚିନିଶିଳ୍ପ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଡିଭିଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ। ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ସୌଜନ୍ୟତା କ୍ରମେ ଓଡିଶା ଜଳସେଚନ ନିଗମ ଲିମିଟେଡ୍ ଭୁବନେଶ୍ବରର ଉକ୍ତ ବୈଠକଟି ବିଭାଗୀୟ ସଭାପତି ଶ୍ରୀ ଅଜିତ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି। ଅଞ୍ଚଳର ବିଭିନ୍ନ ପାଣିପଞ୍ଚାୟତର କର୍ମକର୍ତ୍ତା ମାନେ ଉପସ୍ଥିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଧରାକୋଟ କୃଷି ଅଧିକାରୀ ତାପସ କୁମାର ପଣ୍ଡା, ଉଦ୍ୟାନ କୃଷିଅଧିକାରୀ ମୋନାଲିସା ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ ନିରଞ୍ଜନ ପ୍ରଧାନ,ସହକାରୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ , ଗୋପାଳ କୃଷ୍ଣ ପଣ୍ଡା ,ରିଟାଏଡ ଡି ଡି ଏପି ଭଗବାନ ପଣ୍ଡା, ଏ ପି ଓ ସରିଫ ଅହମଦ, ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଅଜିତ କୁମାର ସାହୁ, ଇଞ୍ଜିନିୟର ଈଶ୍ୱର ଦାସ, ଖଗେଶ୍ବର ନାୟକ, ସହକାରୀ ଯନ୍ତ୍ରୀ ଅଶୋକ କୁମାର ପତି ଓ ଉଠା ଜଳସେଚନ ବିଭାଜନର ଇଞ୍ଜିନିୟରିଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏବଂ ବ୍ରହ୍ମପୁର ଉଠା ଜଳସେଚନ ଡିଭିଜନ ନିର୍ବାହୀ ଅଧିକାରୀ ଚାଷୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ। ଶେଷରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ରିପୋର୍ଟର ରତ୍ନାକର ସିଅ ।




