ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ

3

ବେଲଗୁଣ୍ଠା, ୧୫/୧୨ : ବିଭିନ୍ନ ଦାବି ନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଡାକରାରେ ବେଲଗୁଣ୍ଠା ବ୍ଳକ୍ ର ଡାକ ସେବକ ସଂଘ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଳାଇବା ପରେ ଡ଼ାକ ସେବା ପ୍ରଭାବିତ ହୋଇଛି ଓ ଡ଼ାକ ସେବକଙ୍କ ବିଭିନ୍ନ ଦାବି ମଧ୍ୟରେ ଡ଼ାକ ସେବକଙ୍କୁ ସିଭିଲ୍ ସର୍ଭେଣ୍ଟ୍ ର ମାନ୍ୟତା ଦେବା ସହିତ ସେମାନଙ୍କ କାର୍ୟ୍ୟ ନିର୍ଘଣ୍ଟକୁ ଆଠ ଘଣ୍ଟା କରିବା, ନିୟମିତ କର୍ମଚାରୀଙ୍କ ପରି ପଦୋନ୍ନତି ପ୍ରଦାନ କରିବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ କରିବା, ଗ୍ରାଚ୍ୟୁଇଟି ଏବଂ ଗୃପ୍ ବୀମା ୫୦୦୦୦୦ ଟଙ୍କା ପ୍ରଦାନ କରିବା, ୧୮୦ ଦିନ କାର୍ୟ୍ୟ ଦିବସ ଛୁଟି ଏନକେସମେଣ୍ଟ୍, ଟାର୍ଗେଟ୍ ନାମରେ ଡାକ ସେବକମାନଙ୍କୁ ମାନସିକ ନିର୍ୟ୍ୟାତନା ବନ୍ଦ ଏବଂ ସମାନ କାମକୁ ସମାନ ଦରମା ପ୍ରଦାନ କରିବା ସମ୍ପର୍କରେ ଉଲ୍ଲେଖ ରହିଛି ଓ ଆଜି ବେଲଗୁଣ୍ଠା ଡ଼ାକ ଘର ସମ୍ମୁଖରେ ବ୍ଳକ୍ ର ସମସ୍ତ ଡ଼ାକଘର ଅଧୀନରେ ଥିବା ଡାକ ସେବକ ମାନେ ନିଜର ଦାବି ସମ୍ପର୍କରେ ନାରା ଦେବା ସହିତ ଦାବି ପୂରଣ ନହେବା ପର୍ୟ୍ୟନ୍ତ ସେମାନେ କାର୍ୟ୍ୟରେ ଯୋଗ ଦେବେ ନାହିଁ ବୋଲି ପ୍ରକାଶ କରିଥିଲେ |