
ବେଲଗୁଣ୍ଠା ୧୫/୧୨ : ବେଲଗୁଣ୍ଠା ବ୍ଲକ ଗୋବରା ସ୍ଥିତ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ଠାରେ ତ୍ରୟୋଦଶ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପିତ ହୋଇଯାଇଛି କ୍ଷ ସଭାପତି କୁଞ୍ଜ ବିହାରି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକର୍ମରେ ଯଶୋଦା ମହିଳା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରଫେସର ଗୋବିନ୍ଦ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥଲେ କ୍ଷ ଶ୍ରୀ ପଣ୍ଡା ମଞ୍ଚକ୍ଷଷିନ ସମସ୍ତ ଅତିଥିମାନଙ୍କ ସହ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉପଢୌକନ ପ୍ରଦାନ କରିଥଲେ କ୍ଷ ଛାତ୍ର ଛାତ୍ରୀ ମକ୍ଷନେ ହିଁ ଭଗବାନଙ୍କ ଅବିକଳ ରୂପ, ସେମାନେ ସୂର୍ଙ୍ଖଳିତ ଜ୍ଞାନ ଅର୍ଜନ କରିପାରିଲେ ହିଁ ଅନୁଷ୍ଠାନ ବୈକୁଣ୍ଠପୁର ପଲଟିଯାଏ ବୋଲି ପ୍ରକାଶ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ମୂଖ୍ୟ ବକ୍ତା ଭାବେ ମଙ୍ଗରାଜ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଗଙ୍ଗାଧର ଦାସ, ସ୍ନାତକ ମହବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ସାମଲ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ଵାଳ, ବୁଢ଼ାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରର ପ୍ରତିଷ୍ଠାତା ଦେବେସଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ରାମଚନ୍ଦ୍ର ସାହୁ, ଅରୁଣ ପଟ୍ଟନାୟକ , ଚିନ୍ତାମଣି ଦାସ, ସୂର୍ୟ୍ୟମଣି ଦାସ , ମଞ୍ଚାସିନ ସମସ୍ତ ଅତିଥି କ୍ରୀଡାର ମହତ୍ତ୍ଵ ବୁଝାଇବା ସହ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ କ୍ଷ ଶିକ୍ଷକ ମହେଶ୍ୱର ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନୁଷ୍ଠାନ ଅଧ୍ୟକ୍ଷ ବାବୁ ବେହେରା ଧନ୍ୟବାଦ୍ ଅର୍ପଣ କରିଥଲେ କ୍ଷ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମକ୍ଷନେ ସହଯୋଗ କରିଥିଲେ କ୍ଷ



