Friday, October 16, 2026
Home ଆଞ୍ଚଳିକ ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପାଇଁ ସ୍ଥାନ ଚିହ୍ନଟ

ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପାଇଁ ସ୍ଥାନ ଚିହ୍ନଟ

16

ଧରାକୋଟ,୧୫/୧୨ : ଧରାକୋଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ,କୁଷଗୁମାର ଛାତ୍ର ମାନଙ୍କ ପାଇଁ ଛାତ୍ରାବାସ ନିର୍ମାଣ ସକାସେ ରାଜ୍ୟ ସରକାର ଚାରି କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ମଧ୍ୟରେ ଭଞ୍ଜନଗର ପୂର୍ତ୍ତ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଏଣୁ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଧରାକୋଟ ତହସିଲଦାର ଙ୍କୁ ଚିଠି ଲେଖି ସ୍ଥାନ ଯୋଗାଇ ଦେବା ପାଇଁ ଅନୁରୋଧ କରିବା ପରେ ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ,ଅଧ୍ୟକ୍ଷ ଦୁର୍ୟ୍ୟୋଧନ ଦୋରା,ଅଧ୍ୟାପକ ଜଗଦୀଶ ମୁନି,ସହାୟକ କେଶବ ଜନୀଙ୍କ ଉପସ୍ଥିତିରେ ବରକୋଳି ଗୁମା ମୌଜା ଅଧିନରେ ବିଦ୍ୟାଳୟ ନିକଟରେ ସ୍ଥାନ ନିରୂପଣ କରାଯାଇଛି । ପ୍ରକାଶ ଯୋଗ୍ୟ ପୂର୍ବରୁ ଛାତ୍ରୀ ମାନଙ୍କ ପାଇଁ ଛାତ୍ରୀ ନିବାସ ନିର୍ମାଣ ହୋଇସାରିଥିବା ବେଳେ ଛାତ୍ର ନିବାସର ଆବଶ୍ୟକତା ରହିଥିଲା । ଏହାକୁ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଯୋଗୁଁ ଅଞ୍ଚଳ ବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।