Wednesday, October 14, 2026
Home ଆଞ୍ଚଳିକ ଅନ୍ତର୍ଜାତୀୟ ମାନବଅଧିକାର କାଉଁସିଲର ବାର୍ଷିକ ଉତ୍ସବ ପାଳିତ

ଅନ୍ତର୍ଜାତୀୟ ମାନବଅଧିକାର କାଉଁସିଲର ବାର୍ଷିକ ଉତ୍ସବ ପାଳିତ

24

ବ୍ରହ୍ମପୁର,ଜାନୁଆରୀ ୧୯ (ରଂଜନ) ; ବ୍ରହ୍ମପୁର ବିଜୁପଟ୍ଟନାୟକ ସଂସ୍କୃତିକ ଭବନ ପରିସରରେ ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ ତରଫରୁ ରବିବାର ସନ୍ଦ୍ୟାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡା ତୁଳସୀ ମୁଣ୍ଡା ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ଏଥିରେ ଅନ୍ୟ ଅତିଥି ଭାବେ ବୈଜ୍ଞାନିକ ତଥା ଡା. ବିଧାନ ଦାସ,ଗଣେଷ ଚନ୍ଦ୍ର ଜେନା, ସୂର୍ଯ୍ୟକାନ୍ଥ ରାଉତ,ପଣ୍ଡିତ ଗୌରୀ ଶଙ୍କର ପାଢୀ, ବିକ୍ରମ ପ୍ରଧାନ, ନସିଦ ଆପ୍ରଜ, ଶିବ ନାରାୟଣ ପାତ୍ର, ରଞ୍ଜନ କୁମାର ସାହୁ,ଗୀତାଶ୍ରୀ ଦାସ, ମଞ୍ଚାସିନ ରହି ଜଗନ୍ନାଥଙ୍କୁ ପୁଷ୍ପ ପ୍ରଦାନ କରିଥିଲେ l

ଏଥିରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ସମାଜରେ ସମସ୍ତଙ୍କ ନାଗରିକତ୍ବ ଅଧିକାର ରହିଛି । ଯେଉଁ ମାନଙ୍କୁ ଯେକୌଣସି ସ୍ଥାନରେ କୌଣସି ବ୍ୟକ୍ତିବିଶେଷ ନିଜର ନାଗରିକ ଅଧିକାରକୁ କ୍ଷୁର୍ଣ୍ଣ କରେ ଯଥା ଶୀଘ୍ର ସେମାନେ ମାନବ ଅଧିକାର କାଉଁସିଲରେ ଅବଗତ କରିବା ନିମନ୍ତେ ସୂଚନା ଦେଇଥିଲେ । ଏଥିବ୍ୟତୀତ ଅନ୍ୟାୟ ବିରୁଦ୍ଧରେ ଲଢେଇ ନିମନ୍ତେ ହିନ୍ଦୀଭାଷଣରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହା ସହ ସମସ୍ତ ମାନବ ଅଧିକାରୀ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏବଂ ଶେଷରେ ତୁଳସୀ ମୁଣ୍ଡାଙ୍କୁ ମଞ୍ଚରେ ସଂମ୍ମାନୀତ କରାଯାଥିଲା l ସେଠାରେ ସଂସ୍କୃତିକ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l