Monday, October 12, 2026
Home ଆଞ୍ଚଳିକ ବିଜୟକେତନର ୪ର୍ଥ ବାର୍ଷିକ ଉତ୍ସବ ପାଳନ ଅବସରରେ ବକ୍ତାଙ୍କ ଉଦବୋଧନ

ବିଜୟକେତନର ୪ର୍ଥ ବାର୍ଷିକ ଉତ୍ସବ ପାଳନ ଅବସରରେ ବକ୍ତାଙ୍କ ଉଦବୋଧନ

90

ସାନଖେମୁଣ୍ଡି (ଜିଲ୍ଲା ଖବର ) : ବ୍ରହ୍ମପୁର ଠାରୁ ୪୦ କିଲୋମିଟର ଦୂର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ସ୍ଥିତ ବିଜୟ କେତନ ଖବର କାର୍ଯ୍ୟାଳୟ ପରିସରରେ ବିଜୟ କେତନର ୪ର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୋଡାମାରି ସ୍ଥିତ PWD ଆଇଜି ଠାରୁ ଏକ ବିରାଟ ପଟୁଆରରେ ଅତିଥି ମାନଙ୍କୁ କାର୍ଯ୍ୟକ୍ରମ ସ୍ତୁଲ ପର୍ଯ୍ୟନ୍ତ ଅଣାଯାଇଥିଲା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜୟ କେତନ ଖବର କାଗଜର ସମ୍ପାଦକ ଶ୍ରୀ ନୃସିଂହ ପ୍ରସାଦ ପାଢ଼ୀ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଜୟ କେତନର ପ୍ରତିଷ୍ଠାତା ବିଜୟ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରତୀୟ ସେନା ବିଭାଗର କନିଲ ଦେବେନ୍ଦ୍ର ନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ସ୍ଥଳେ ଦୈନିକ ଅନୁପମ ଭାରତର ସମ୍ପାଦକ ଉଦଘାଟନ ରୂପେ ଯୋଗଦାନ କରି ବିଜୟ କେତନ ଖବର କାଗଜର ସ୍ୱତନ୍ତ୍ର ସଂଖ୍ୟାକୁ ଉଦଘାଟନ କରିଥିଲେ। ତତସଙ୍ଗେସଙ୍ଗେ ପୂର୍ବତନ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସ, ମହେଶ୍ୱର ସ୍ବାଇଁ, ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ବିଭିନ୍ନ ବକ୍ତାଙ୍କ ଉଦ୍ବୋଧନ ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ବିଜୟ କେତନ ଖବରକାଗଜ ତରଫରୁ ଅନୁଷ୍ଠିତ ହୋଇଥିବା ଚିତ୍ର, ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିବା ତ ତସଙ୍ଗେସଙ୍ଗେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଶ୍ୱରଞ୍ଜନ ରାଉତ, ଲଷ୍ମୀକାନ୍ତ ପଟ୍ଟନାୟକ, ସୁବ୍ରତ କୁମାର ପୂଜାରୀ, ଆଶାରାଣୀ ଜେନା, ଶୁଭଲଷ୍ମୀ ପଣ୍ଡା, ପ୍ରଫୁଲ୍ଲ କୁମାର ସାବତ ପ୍ରମୁଖଙ୍କ ସମ୍ମାନପତ୍ର ଉପତ୍ରଙ୍କନ ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ନୃସିଂହ ପ୍ରସାଦ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।